ପୁଲିସ ଭ୍ୟାନରେ ବସି ସଞ୍ଚୟ ରାଏର ଚାଞ୍ଚଲ୍ୟକର ବୟାନ

ପୁଲିସ ଭ୍ୟାନରେ ବସି ସଞ୍ଚୟ ରାଏର ଚାଞ୍ଚଲ୍ୟକର ବୟାନ। କୋଲକାତା ପୁଲିସର ପୂର୍ବତନ କମିଶନର ସମ୍ପୂର୍ଣ୍ଣ ଘଟଣା ଅର୍ଥାତ ଦୁଷ୍କର୍ମ ପରେ ହତ୍ୟା ଯୋଜନା କରି ମୋତେ ଫସାଇ ଦେଇଛନ୍ତି।’

124

କୋଲକତା: କୋଲକତା ଆରଜି କର ମେଡିକାଲ ଓ ହସ୍ପିଟାଲର ସେମିନାର ହଲରେ ଟ୍ରେନି ଡାକ୍ତର ବିଶ୍ରାମ ନେଉଥିବା ସମୟରେ ଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଘଟଣାରେ ସାମିଲ ଥିବା କୋଲକାତା ପୁଲିସ ସଞ୍ଜୟ ରାଏ ନାମକ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ କୋଲକାତା ପୁଲିସ ସହ ସିଭିକ ଭଲିଣ୍ଟିଅର ଭାବେ କାମ କରୁଥିଲାl

ଦୁଷ୍କର୍ମ ଘଟଣାର କିଛିମାସ ଚୁପ ରହିବା ପରେ ନେଇ ସଞ୍ଜୟ ରାଏ ପ୍ରଥମଥର ମୁହଁ ଖୋଲି କହିଥିଲା, ‘ମୁଁ ଡାକ୍ତରାଣୀଙ୍କ ଦୁଷ୍କର୍ମ ଓ ହତ୍ୟା କରିନାହିଁ। ମୋତେ ଫସାଇ ଦିଆଯାଇଛି। ସରକାର ମୋତେ ଫସାଇ ଦେଇ ଚୁପ ରହିବାକୁ ଧମକ ଦେଇଛନ୍ତି। କୋଲକାତା ପୁଲିସ ବି ମୁହଁ ନଖୋଲିବା ପାଇଁ ଧମକ ଦେଇଛି।’

ଗତ ସୋମବାର ଡାକ୍ତରାଣୀଙ୍କ ଦୁଷ୍କର୍ମକାରୀ କୁହାଯାଉଥିବା ଅଭିଯୁକ୍ତ ସଞ୍ଜୟ ରାଏଙ୍କୁ କୋଲକାତାର ଏକ ଅଦାଲତକୁ ନିଆଯାଉଥିଲା। ଏହି ସମୟରେ ସଞ୍ଜୟ ପୁଲିସ ଭ୍ୟାନରେ ବସି ଚିତ୍କାର କରି ପୁଲିସ ବିରୋଧରେ ଅଭିଯୋଗ କରି କହୁଥିଲା, ‘ମୁଁ ଆପଣମାନଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେବାକୁ ଚାହୁଁଛି କି ବିନିତ ଗୋଏଲ କୋଲକାତା ପୁଲିସର ପୂର୍ବତନ କମିଶନର ସମ୍ପୂର୍ଣ୍ଣ ଘଟଣା ଅର୍ଥାତ ଦୁଷ୍କର୍ମ ପରେ ହତ୍ୟା ଯୋଜନା କରି ମୋତେ ଫସାଇ ଦେଇଛନ୍ତି।’

ତେବେ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଯାଞ୍ଚ କରୁଥିବା ସିବିଆଇ ନିଜର ଚାର୍ଜସିଟରେ ସଞ୍ଜୟ ରାଏକୁ ଅପରାଧୀ ବୋଲି ପ୍ରମାଣ କରିଛି। ପୀଡ଼ିତାଙ୍କ ଠାରୁ ସଂଗ୍ରହ କରାଯାଇଥିବା ସିମେନ ନମୁନା ସଞ୍ଜୟ ରାଏ ସହିତ ମ୍ୟାଚ ହୋଇଥିଲା ବୋଲି ସିବିଆଇ ତାର ରିପୋର୍ଟରେ ଉଲ୍ଲେଖ ବି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe