ପତଞ୍ଜଳିକୁ ନେଇ ଗର୍ବ ଅନୁଭବ କଲେ ବାବା ରାମଦେବ, ୟୁଏନ୍‌ରେ ଆଚାର୍ଯ୍ୟ ବାଳକୃଷ୍ଣ ହେଲେ ସମ୍ମାନିତ

Advertisment
ପତଞ୍ଜଳିକୁ ନେଇ ଗର୍ବ ଅନୁଭବ କଲେ ବାବା ରାମଦେବ, ୟୁଏନ୍‌ରେ ଆଚାର୍ଯ୍ୟ ବାଳକୃଷ୍ଣ ହେଲେ ସମ୍ମାନିତ

ନୂଆଦିଲ୍ଲୀ: ପତଞ୍ଜଳି ଯୋଗପୀଠ ସହ ଜଡ଼ିତ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ୟୁନରେ ସମ୍ମାନ ମିଳିଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ୟୁଏନଓର ସଂସ୍ଥା ୟୁନାଇଟେଡ ନେସନ୍‌ ସଟେନବଲ୍‌ ଡେଭଲପମେଣ୍ଟ (ୟୁଏନଏସଡିଜି) ସମ୍ମାନିତ କରିଛି ବୋଳି ଜାଣିବାକୁ ମିଳିଛି। ଭାରତରୁ ପତଞ୍ଜଳୀ ଯୋଗପୀଠ ସହ ଜଡ଼ିତ ଆଚାର୍ଯ୍ୟ ବାଲକୃଷ୍ଣ ମହାରାଜଙ୍କୁ ମିଳିଛି ଏହି ବିଦେଶୀ ସମ୍ମାନ।

ବାଳକୃଷ୍ଣଙ୍କୁ ଏହି ଗୌରବ ମଳିବା ପରେ ଯୋଗ ଗୁରୁ ବାବା ରାମଦେବ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ନିମନ୍ତ୍ରିତ କରାଯାଇଥିଲା। ବିଶ୍ୱ ସ୍ୱାସ୍ଥରେ ଯୋଗ, ଆୟୁର୍ବେଦ ଓ ପାରମ୍ପରିକ ଭାରତୀୟ ପଦ୍ଧତିରେ ରୋଗର ନିକାରଣ କିପରି କରାଯାଇ ପାରିବ ସେ ଦିଗରେ ପତଞ୍ଜଳିର ଯୋଗଦାନ ରହିଛି। ଆଉ ସେଥିପାଇଁ ବାଲକୃଷ୍ଣଙ୍କୁ ସମ୍ମାନିତ କରାଯାଇଛି। ସୂଚନାଯୋଗ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ୫୦ ଦେଶରୁ ୫୦୦ ଜଣ ପ୍ରତିଭାଶାଳୀ ବ୍ୟକ୍ତି ସ୍ୱିଜରଲାଣ୍ଡରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe