କୋଚିଂରୁ ଫେରିବାବେଳେ ଦୁଇ ଯୁବତୀଙ୍କ ଉପରକୁ ଏସିଡ ଫିଙ୍ଗିଲା ଦୃବୁର୍ତ୍ତ

କୋଚିଂରୁ ଫେରିବାବେଳେ ଦୁଇ ଯୁବତୀଙ୍କ ଉପରକୁ ଏସିଡ ଫିଙ୍ଗିଲା ଦୃବୁର୍ତ୍ତ

useallot.com

ଜୟପୁର: ରାଜସ୍ଥାନର ଜୟପୁରରେ ଆଜି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଯୁବକ ରାସ୍ତାରେ ଯାଉଥିବା ଦୁଇ ଯୁବତୀଙ୍କ ଉପରକୁ ଏସିଡ ଫିଙ୍ଗି ବାଇକରେ ଫେରାର ହୋଇଯାଇଛି | ଏହି ଘଟଣାରେ ଉଭୟ ଯୁବତୀ ଆହତ ହୋଇଛନ୍ତି। ଜଣେ ଯୁବତୀଙ୍କ ପିଠି ପୋଡି ଯାଇଥିବାବେଳେ ଅନ୍ୟ ଯୁବତୀଙ୍କ ହାତ ପୋଡ଼ିଯାଇଛି | ଏହି ଘଟଣା ଜୟପୁରର ସାଙ୍ଗାନେର ସଦର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି |

ମିଳିଥିବା ସୂଚନା ମୁତାବକ ଜଣେ ୨୨ ବର୍ଷୀୟ ଯୁବତୀ କୋଚିଂରୁ ଫେରୁଥିବାବେଳେ ଏହି ଦୃବୁର୍ତ୍ତ ଜଣକ ପ୍ରଥମେ ଏସିଡ ମାଡ କରିଥିଲା | ଏହାର କିଛି ସମୟ ପରେ ଆଉ ଜଣେ ଯୁବତୀଙ୍କୁ ମଧ୍ୟ ଏସିଡ ପକାଇ ଯୁବକ ଜଣକ ଫେରାର ହୋଇଯାଇଛି | ଏସିଡରେ ଜଳିଯିବା ପରେ ପୀଡିତା ଜୋରରେ ଚିତ୍କାର କରିବାକୁ ଲାଗିଲେ। ଏହି ସମୟରେ ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇ ଯୁବତୀ ଦ୍ବୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ପୁଲିସ ଏହି ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ଅଭିଯୁକ୍ତର ସନ୍ଧାନରେ ପୁଲିସ ଆଖପାଖର ସିସିଟିଭି ଫୁଟେଜ ସ୍କାନ କରିଥିଲା। ଏହି ସମୟରେ ଜଣେ ବାଇକ ଆରୋହୀ ସିସିଟିଭି ଫୁଟେଜରେ ବୁଲୁଥିବା ଦେଖାଯାଇଥିଲା। ପୁଲିସ କହିଛି ଯେ ଉଭୟ ପୀଡିତା ପରସ୍ପରକୁ ଜାଣିନଥିବାବେଳେ ଏସିଡ ଫିଙ୍ଗିଥିବା ବ୍ୟକ୍ତିଙ୍କୁ ମଧ୍ୟ ସେମାନେ ଜାଣନ୍ତି ନାହିଁ | ବର୍ତ୍ତମାନ ସିସିଟିଭି ଫୁଟେଜ ଆଧାରରେ ପୁଲିସ ଏହି ଦୃବୁର୍ତ୍ତକୁ ଖୋଜୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe