Advertisment

ଏସିଡ୍‍ ଫିଙ୍ଗିଥିବା ଅଭିଯୁକ୍ତ ପୀଡ଼ିତାଙ୍କୁ ବିବାହ କରିବା ସହ ସର୍ଜରି ପାଇଁ ଦାନ କରିବ ନିଜର ଚର୍ମ

Advertisment
ଏସିଡ୍‍ ଫିଙ୍ଗିଥିବା ଅଭିଯୁକ୍ତ ପୀଡ଼ିତାଙ୍କୁ ବିବାହ କରିବା ସହ ସର୍ଜରି ପାଇଁ ଦାନ କରିବ ନିଜର ଚର୍ମ

Times of India

ମୁମ୍ବାଇ : ମହିଳାଙ୍କୁ ଏସିଡ଼୍‍ ମାଡ଼ କରିବା ପରେ ମଧ୍ୟ ଅଦାଲତ ଅଭିଯୁକ୍ତଙ୍କୁ କୌଣସି ଦଣ୍ଡ ନ ଦେଇ ଖଲାସ କରିଛି । ମହିଳାଙ୍କୁ ଏସିଡ଼୍‍ ମାଡ଼ କରିଥିବା ଯୁବକ ପୀଡ଼ିତାଙ୍କୁ ବିବାହ କରିବା ସହ ସର୍ଜରି ପାଇଁ ନିଜ ଚର୍ମ ଦାନ କରିବାକୁ ରାଜି ହେବା ପରେ ଅଦାଲତ ଏହି ନିଷ୍ପତ୍ତିି ନେଇଥିବା ଜଣାପଡ଼ିଛି । ଆଗରୁ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଦିଆଯିବ ବୋଲି ନିଷ୍ପତ୍ତିି ନିଆ ଯାଇଥିବା ବେଳେ ଏବେ ଏହି ନିଷ୍ପତ୍ତିିକୁ ବଦଳାଇଛି ଅଦାଲତ ।

publive-image Times of India

ସୂଚନା ମୁତାବକ,୮ବର୍ଷ ପୂର୍ବେ ମୁମ୍ବାଇର ଅନୀଲ ପାଟିଲ ନାମକ ଜଣେ ଯୁବକ ପୀଡ଼ିତାଙ୍କ ଉପରକୁ ଏସିଡ଼୍‍ ମାଡ଼ କରିଥିଲେ । ଏକତରଫା ପ୍ରେମ ପାଇଁ ଯୁବକ ଜଣଙ୍କ ଏପରି କରିଥିବା ଜଣା ପଡ଼ିଛି । ଏସିଡ଼୍‍ ମାଡ଼ ପରେ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବା ସହ ଘଟଣାର କିଛି ଦିନ ପରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିଲା ପୁଲିସ । ଡ଼ିସେମ୍ବର ୨୦୧୩ ରେ ମୁମ୍ବାଇ ସେସନ କୋର୍ଟ(ଦୌରାଜଜ୍‌ କୋର୍ଟ) ଅଭିଯୁକ୍ତଙ୍କୁ ଧାରା ୩୨୬ଅନୁଯାୟୀ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ଏହା ସହ ୨୫,୦୦୦ ଟଙ୍କାର ଜରିମାନା ଦେବା ପାଇଁ ମଧ୍ୟ ଅଦାଲତ ଘୋଷଣା କରିଥିଲା । କିଛି ଦିନ ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ବିବାହ କରିବା ସହ ସର୍ଜରି ପାଇଁ ନିଜର ଚର୍ମ ଦାନ କରିବି ବୋଲି କହି ବମ୍ବେ ହାଇକୋର୍ଟରେ ନିଜର ଦଣ୍ଡକୁ କମାଇବା ପାଇଁ ଆବେଦନ କରିଥିଲେ । ଏ ନେଇ ଶୁଣାଣି କରାଯିବା ସମୟରେ ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତ ସାଥୀରେ ରହିବା ପାଇଁ ଚାହାନ୍ତି ବୋଲି କହିଥିଲୋ ସବୁ ଜିନିଷକୁ ଆଖି ଆଗରେ ରଖି ଅଦାଲତ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରୁ ମୁକ୍ତ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe