Business Today
ନୂଆଦିଲ୍ଲୀ : ରାଜୀବ ଗାନ୍ଧି ହତ୍ୟା ମାମଲାରେ ସୁପ୍ରିମକୋର୍ଟ ସମସ୍ତ ୬ ଦୋଷୀଙ୍କୁ ମୁକ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସୁପ୍ରିମକୋର୍ଟଙ୍କର ଏହି ନିଷ୍ପତ୍ତିକୁ କଂଗ୍ରେସ ପ୍ରବଳ ବିରୋଧ କରିଛି। ଆଜୀବନ କାରଦଣ୍ଡ ଭୋଗୁଥିବା ଦୋଷୀଙ୍କୁ ଏଭଳି ଖଲାସ କରାଯିବା ଗ୍ରହଣୀୟ ନୁହେଁ ବୋଲି କଂଗ୍ରେସ କହିଛି। ସୁପ୍ରିମେକୋର୍ଟଙ୍କ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ରାଜୀବ ଗାନ୍ଧି ହତ୍ୟା ମାମଲାରେ ସୁପ୍ରିମକୋର୍ଟ ସମସ୍ତ ୬ ଦୋଷୀଙ୍କୁ ଖଲାସ କରିବାପାଇଁ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ଏବଂ ଅଗ୍ରହଣୀୟ। ସର୍ବୋଚ୍ଚ ଅଦାଲତଙ୍କ ଏଭଳି ରାୟ ଖରାପ ପରାମ୍ପରା ସୃଷ୍ଟି କରିବ ବୋଲି ରମେଶ କହିଛନ୍ତି।
The News Minuteକଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭି କହିଛନ୍ତି, ଏହି ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ମତ ସହ ମଧ୍ୟ ଆମେ ଏକମତ ନୋହୁଁ। ରାଜୀବ ଗାନ୍ଧିଙ୍କ ହତ୍ୟା ଅନ୍ୟ କୌଣସି ଅପରାଧ ପରି ନୁହେଁ। ଏହା ଏକ ଜାତୀୟ ପ୍ରସଙ୍ଗ। ଏହି ମାମଲାରେ ନଳିନୀ ସମେତ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୦୦ ମସିହାରେ ସୋନିଆ ଗାନ୍ଧିଙ୍କ ହସ୍ତକ୍ଷେପ କରେ ନଳିନୀ ଶ୍ରୀହରନର ମୃତ୍ୟୁଦଣ୍ଡାଦେଶ କମାଯାଇ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ନଳିନୀ ଗର୍ଭବତୀ ଥିବାରୁ ତାଙ୍କ ପ୍ରତି ଦୟା ଦେଖାଇବା ପାଇଁ ସୋନିଆ କୋର୍ଟଙ୍କୁ ଅନୁରୋଧ କରିଥିଲେ। ଏହା ବହୁତ ବର୍ଷ ତଳର କଥା। ସଂପ୍ରତି ସୁପ୍ରିମ୍କୋର୍ଟଙ୍କ ରାୟ ଯେଉଁ ଆଧାରରେ ଆସିଛି ତାହା କଦାପି ଗ୍ରହଣୀୟ ହେବନାହିଁ ବୋଲି ସିଂଘଭି କହିଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ମାମଲା ଦେଶର ସାର୍ବଭୌମତ୍ବ, ଅଖଣ୍ଡତା ଏବଂ ଦେଶବାସୀଙ୍କ ଭାବନା ଜଡ଼ିତ। ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ଦୋଷୀଙ୍କୁ ମୁକ୍ତ କରିବାକୁ ଚାହିନାହାନ୍ତି ବୋଲି ସେ କହିଛନ୍ତି। ଏଭଳି ସ୍ଥିତିରେ ପୂର୍ବରୁ କେତେକ ଆବେଦନ ଓ ରାୟକୁ ଆଧାର କରି ସବୁ ଦୋଷୀଙ୍କୁ ମୁକ୍ତ କରାଯିବା ସଂପୂର୍ଣ୍ଣ ଭୁଲ୍ ନିଷ୍ପତ୍ତି ବୋଲି କଂଗ୍ରେସ କହିଛି।
Follow Us