ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦେଶମତେ କାର୍ଯ୍ୟ କରିଛି: କେନ୍ଦ୍ର ସରକାରଙ୍କ କାରଣ ଦର୍ଶାଅ ପତ୍ରର ପ୍ରତ୍ୟୁତ୍ତର ଦେଲେ ଆଲାପନ ବନ୍ଦୋପାଧ୍ୟାୟ

Advertisment
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦେଶମତେ କାର୍ଯ୍ୟ କରିଛି: କେନ୍ଦ୍ର ସରକାରଙ୍କ କାରଣ ଦର୍ଶାଅ ପତ୍ରର ପ୍ରତ୍ୟୁତ୍ତର ଦେଲେ ଆଲାପନ ବନ୍ଦୋପାଧ୍ୟାୟ

Image Courtesy of India Today

କୋଲ୍‌କାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦେଶାବଳି ଅନୁଯାୟୀ କାର୍ଯ୍ୟ କରିଛି ବୋଲି ଗୁରୁବାର ଦିନ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟ କେନ୍ଦ୍ର ସରକାରଙ୍କ କାରଣ ଦର୍ଶାଅ ପତ୍ରର ପ୍ରତ୍ୟୁତ୍ତରରେ ଲେଖିଛନ୍ତି।

ମେ ୨୮ ତାରିଖ ଦିନ ବାତ୍ୟା ସମୀକ୍ଷା ନିମନ୍ତେ ଆହୂତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକରେ କାହିଁକି ଅନୁପସ୍ଥିତ ରହିଲେ ବୋଲି ‘ବିପର୍ଯ୍ୟୟ ପରିଚାଳନା ଆଇନ’ ବଳରେ ଆଲାପନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।

ସାମୁଦ୍ରିକ ବାତ୍ୟା ବିଧ୍ବସ୍ତ ପୂର୍ବ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ସହର ଦିଘାର ଅବସ୍ଥା ସମୀକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦେଶମତେ ସେ ପ୍ରଧାନମନ୍ତ୍ରୀଙ୍କ ବୈଠକରୁ ଉଠି ଆସିଥିଲେ ବୋଲି ନୋଟିସ୍‌ର ଜବାବରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବନ୍ଦୋପାଧ୍ୟାୟ ଲେଖିଥିବା କଥା ଜଣାପଡ଼ିଛି।

publive-image Image Courtesy of Mint

ମେ ୩୧ ତାରିଖ ଦିନ କେନ୍ଦ୍ର ଗୃହ ମନ୍ତ୍ରାଳୟ ବନ୍ଦୋପାଧ୍ୟାୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା। ସୂଚନାଯୋଗ୍ୟ, ‘ବିପର୍ଯ୍ୟୟ ପରିଚାଳନା ଆଇନ’ ଖିଲାପକାରୀଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ହୋଇପାରିବ। କିନ୍ତୁ, ଯୋଗକୁ ସେହିଦିନ ହିଁ ବନ୍ଦୋପାଧ୍ୟାୟଙ୍କର ଅବସର ଗ୍ରହଣ ତାରିଖ ଥିଲା। ମାତ୍ର ରାଜ୍ୟ ସରକାର ପୂର୍ବରୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ତାଙ୍କ ଚାକିରି କାଳ ଆହୁରି ୩ ମାସ ପର୍ଯ୍ୟନ୍ତ ବଢ଼ାଇ ଥିଲେ।

ମେ ୨୮ ଦିନ କାଲାଇକୁଣ୍ଡା ବିମାନଘାଟିରେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରାକ୍‌-ବାତ୍ୟା ସମୀକ୍ଷା ବୈଠକକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଅଧ ଘଣ୍ଟାଏ ବିଳମ୍ବରେ ଆସି ସେ କ୍ଷୟକ୍ଷତିର ରିପୋର୍ଟ ଦାଖଲ କରି ମାତ୍ର ୧୫ ମିନିଟ ମଧ୍ୟରେ ଫେରିଯାଇଥିଲେ। ସେହି କାରଣରୁ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ବଦଳି କରାଯାଇଥିଲା। ସେ କିନ୍ତୁ, ଦିଲ୍ଲୀ ନ ଯାଇ ଚାକିରିରୁ ଅବସର ନେଇ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe