ସରକାରୀ ବଙ୍ଗଳାରେ ଭଙ୍ଗାରୁଜା, ଅଖିଳେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

Advertisment
ସରକାରୀ ବଙ୍ଗଳାରେ ଭଙ୍ଗାରୁଜା, ଅଖିଳେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ଲକ୍ଷ୍ନୌ: ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବିରୋଧରେ ସରକାରୀ ବଙ୍ଗଳା ଭଙ୍ଗାରୁଜା ଅଭିଯୋଗ ଆସିଛି। ପୂର୍ତ୍ତ ବିଭାଗ ଦ୍ୱାରା ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ଲକ୍ଷ୍ନୌରେ ଅଖିଳେଶ ପୂର୍ବରୁ ରହୁଥିବା ସରକାରୀ ବଙ୍ଗଳା ଯାହାକୁ ସେ ଜୁନ୍‌ ମାସରୁ ଛାଡ଼ି ସାରିଛନ୍ତି ସେଥିରେ ବହୁ କ୍ଷୟକ୍ଷତି ହୋଇଛି। ଏହି କ୍ଷତି ପୂରଣ ପାଇଁ ରାଜ୍ୟ ରାଜକୋଷରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ପୂର୍ତ୍ତ ବିଭାଗ ଆକଳନ କରିଛି। ତଦନ୍ତ ରିପୋର୍ଟ ଆଧାରରେ ଉତ୍ତର ପ୍ରଦେଶ ସରକାର ଅଖିଳେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛନ୍ତି। ମରାମତି ବାବଦ ସମସ୍ତ ଅର୍ଥ ତାଙ୍କଠାରୁ ଆଦାୟ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe