ବିଚାରପତିଙ୍କ ବିରୋଧରେ କହିବାରୁ ମାସକ ପାଇଁ ବନ୍ଦ ରହିବ ଟିଭି ଚ୍ୟାନେଲ, ୧୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ

ବିଚାରପତିଙ୍କ ବିରୋଧରେ କହିବାରୁ ମାସକ ପାଇଁ ବନ୍ଦ ରହିବ ଟିଭି ଚ୍ୟାନେଲ, ୧୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ

photo-croozi

ଲାହୋର: ଜଣେ ବିଚାରପତିଙ୍କ ବିରୋଧରେ କହିବା ଏକ ଟିଭି ଚ୍ୟାନେଲକୁ ମହଙ୍ଗା ସାବ୍ୟସ୍ତ ହୋଇଛି | ଏହି ଟିଭି ଚ୍ୟାନେଲକୁ ୩୦ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ୧୦ ଲକ୍ଷ ଟଙ୍କାର ଜରିମାନା ପଇଠ କରିବାକୁ କୁହାଯାଇଛି | ପାକିସ୍ତାନରେ କିଛି ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଏହି ଟିଭି ଚ୍ୟାନେଲର ନାମ ହେଉଛି 'ବୋଲ ଟିଭି' | ଜାନୁୟାରୀ ୧୩ ତାରିଖରେ ଲାହୋର ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ବୋଲ ଟିଭିର ନ୍ୟୁଜ ଆଙ୍କର ସାମୀ ଇବ୍ରାହିମ କିଛି ତଥ୍ୟ ଉପସ୍ଥାପନ କରିବା ସହ ସରକାରଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ | ଆଉ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା |


ନ୍ୟୁଜ ଆଙ୍କର ଜଣକ ବିଚାରପତିଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା | ଏହା ପରେ ପାକିସ୍ତାନର ମିଡ଼ିଆ ଅନୁଧ୍ୟାନ ସଂସ୍ଥା ପିଇଏମଆରଏ(ପାକିସ୍ତାନ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ରେଗୁଲେଟରି ଅଥରିଟି) କହିଥିଲା ଯେ ନ୍ୟୁଜ ଆଙ୍କର ଜଣକ ସମ୍ବିଧାନର ଅନୁଛେଦ ୬୮ ଓ ପିଇଏମଆରଏର ଆଚାର ସଂହିତା ୨୦୧୫ର ଅନୁଛେଦ ୨୯କୁ ଉଲ୍ଲଙ୍ଘନ କରିଥିଲେ |

ଆଉ ଏହା ପରେ ଏହି ଘଟଣାରେ ନ୍ୟୁଜ ଚ୍ୟାନେଲକୁ ନୋଟିସ ପଠାଯାଇଥିଲା ଓ କ୍ଷମା ମାଗିବାକୁ କୁହାଯାଇଥିଲା | ତେବେ ଚ୍ୟାନେଲ କର୍ତୃପକ୍ଷ କ୍ଷମା ମାଗିବାକୁ ମନା କରିବାରୁ କାର୍ଯ୍ୟନୁଷ୍ଠାନ ନିଆଯାଇଛି | କାର୍ଯ୍ୟନୁଷ୍ଠାନ ସ୍ୱରୂପ ଚ୍ୟାନେଲକୁ ୩୦ ଦିନ ପାଇଁ ବନ୍ଦ ରଖିବା ସହ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ କୁହାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe