ବାଲ୍ୟ ବିବା‌ହ ବିରୋଧରେ କାର୍ଯ୍ୟାନୁଷ୍ଠାନ ୨୦୨୬ ପର୍ଯ୍ୟନ୍ତ ଜାରି ରହିବ: ବିଶ୍ବ ଶର୍ମା

Advertisment
ତିବ୍ବତର ୬୦ଟି ସ୍ଥାନର ନାଁ ବଦଳାଇଦିଅ : ହିମନ୍ତ ବିଶ୍ବଶର୍ମା

NDTV.com

ମୋରିଗାଓଁ (ଆସାମ) : ଆସାମରେ ବାଲ୍ୟ ବିବାହ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ଲୋକମାନେ ଭୟଭୀତ‌ ହୋଇପଡ଼ିଛନ୍ତି। ଏପରିକି ଏହାକୁ ନେଇ ରାଜନୈତିକ ବିବାଦ ମଧ୍ୟ ଆରମ୍ଭ ହୋଇଯାଇଛି। ଗୋଟିଏ ସଂପ୍ରଦାୟକୁ ଦୃଷ୍ଟିରେ ରଖି ଏହା କରାଯାଉଛି ବୋଲି କିଛି ନେତା ଦାବି କରିଛନ୍ତି।

ଏଭଳି ସ୍ଥିତିରେ ଶନିବାର ଆସାମ ପୁଲିସ ୨୨୫୮ ଜଣଙ୍କୁ ଗିରଫ କରିଛି। ଏପରିକି ଏମାନଙ୍କ ମଧ୍ୟରେ ବିବାହ କର୍ମ ସମ୍ପାଦନ କରିଥିବା ପୁରୋହିତମାନେ ମଧ୍ୟ ଅଛନ୍ତି। ଅଭିଯୁକ୍ତଙ୍କ ସଂଖ୍ୟା ୮ ହଜାର ବୋଲି ପୁଲିସ କହିଛି। ଅପରାଧୀମାନଙ୍କୁ ଗିରଫ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ଗତ ୨୩ ତାରିଖରେ ନିଷ୍ପତ୍ତି ନେଇଥିଲା। ଏଥିସହିତ ସଚେତନତା ଅଭିଯାନ ଆରମ୍ଭ ପାଇଁ ମଧ୍ୟ ସ୍ଥିର ହୋଇଥିଲା। କ୍ୟାବିନେଟ ନିଷ୍ପତ୍ତିର ୧୫ ଦିନ ଭିତରେ ପୁଲିସ ୪୦୭୪ଟି ମାମଲା ରୁଜୁ କରିଛି। ରାତି ଦୁଇଟାରେ ମଧ୍ୟ ପୁଲିସ ଲୋକଙ୍କ ଘରେ କବାଟ ବାଡ଼େଇ ଅଭିଯୁକ୍ତମାନଙ୍କୁ ଗିରଫ କରୁଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, ଆସନ୍ତା ୨୦୨୬ରେ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଗିରଫ ଜାରି ରହିବ। ଆସାମରେ ମାତୃ ଓ ଶିଶୁ ମୃତ୍ୟୁହାର ଅଧିକ ରହିଛି। ଏହାର ମୁଖ୍ୟ କାରଣ ବାଲ୍ୟ ବିବାହ ବୋଲି କୁହାଯାଉଛି। ପଞ୍ଜିକରଣ ହୋଇଥିବା ବିବାହ ସଂଖ୍ୟା ମଧ୍ୟରୁ ୩୧ ପ୍ରତିଶତ ବିବାହ ଉପଯୁକ୍ତ ବୟସ ପୂର୍ବରୁ ହୋଇଛି ବୋଲି ନ୍ୟାସନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ ରିପୋର୍ଟରୁ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe