ପାକିସ୍ତାନରେ ହିନ୍ଦୁ ମନ୍ଦିର ଭଙ୍ଗାଯିବା ଘଟଣାରେ ୧୨ ଜଣ ପୁଲିସ କର୍ମୀଙ୍କୁ ବହିଷ୍କାର କରାଗଲା

Advertisment
ପାକିସ୍ତାନରେ ହିନ୍ଦୁ ମନ୍ଦିର ଭଙ୍ଗାଯିବା ଘଟଣାରେ ୧୨ ଜଣ ପୁଲିସ କର୍ମୀଙ୍କୁ ବହିଷ୍କାର କରାଗଲା

photo-dainik jagaran

କରାଚୀ: ପାକିସ୍ତାନର ଖାଇବର ପାଖ୍ଟନଖୱା ପ୍ରଦେଶ ସରକାର ୧୨ ଜଣ ପୁଲିସ କର୍ମଚାରୀଙ୍କୁ ରାଜ୍ୟରେ ଏକ ହିନ୍ଦୁ ମନ୍ଦିରକୁ ସୁରକ୍ଷା ଦେବାରେ ଅବହେଳା ଅଭିଯୋଗରେ ବହିଷ୍କାର କରିଛନ୍ତି | ଅଭିଯୋଗ ମୁତାବକ ଏକ ଉଗ୍ରବାଦୀ ଇସଲାମ ଦଳର ସଦସ୍ୟଙ୍କ ନେତୃତ୍ୱରେ ଖାଇବର ପାଖ୍ଟନଖୱା ପ୍ରଦେଶରେ ଥିବା ଏହି ମନ୍ଦିରରେ ନିଆଁ ଲଗାଇ ଦିଆଯାଇଥିଲା |

ଏହି ଘଟଣାରେ ସ୍ଥାନୀୟ ସରକାର ୩୩ ଜଣ ପୁଲିସ କର୍ମଚାରୀଙ୍କୁ ଏକ ବର୍ଷ ପାଇଁ ଚାକିରିରୁ ନିଲମ୍ବିତ କରିଥିଲେ | ଡିସେମ୍ବର ୩୦ ତାରିଖରେ ଖାଇବର ପାଖ୍ଟନଖୱା ଅନ୍ତର୍ଗତ କର୍କ ଜିଲ୍ଲାର ତେରୀ ଗ୍ରାମରେ ଏକ ମନ୍ଦିର ଉପରେ ଆକ୍ରମଣ କରାଯାଇଥିଲା। ମନ୍ଦିରର ପୁରୁଣା କୋଠାକୁ ଭାଙ୍ଗିବା ସହିତ ନୂତନ ନିର୍ମାଣ କାର୍ଯ୍ୟକୁ ମଧ୍ୟ କିଛି ଲୋକ ଭାଙ୍ଗି ଦେଇଥିଲେ।

ତେବେ ସ୍ଥାନୀୟ ପୁଲିସର ଅବହେଳା ଯୋଗୁଁ ଏଭଳି ଘଟଣା ଘଟାଇଥିବାର ଅଭିଯୋଗ ହୋଇଥିଲା | ଏହା ପରେ ଡେପୁଟି ଇନ୍ସପେକ୍ଟର ତାଇବ ହାଫିଜ ଖେମା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ | ଆଉ ତଦନ୍ତ ପରେ ପୁଲିସ କର୍ମୀମାନଙ୍କ ଅବହେଳା ଘଟଣା ସାମ୍ନାକୁ ଆସିଥିଲା | ଯେଉଁଥିପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe