କରୋନା କଟକଣା ନ ମାନିବାରୁ ଜଣେ ବ୍ୟକ୍ତିଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ ଦେଲେ କିମ୍ ଜଙ୍ଗ ଉନ୍

Advertisment
କରୋନା କଟକଣା ନ ମାନିବାରୁ ଜଣେ ବ୍ୟକ୍ତିଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ ଦେଲେ କିମ୍ ଜଙ୍ଗ ଉନ୍

Image Courtesy of Hindustan Times

ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିଙ୍ଗ ଜଙ୍ଗ ଉନଙ୍କ ନିଷ୍ଠୁରତା ଓ କଠୋର କାର୍ଯ୍ୟକଳାପ ବାବଦରେ ସାରା ବିଶ୍ୱ ଅବଗତ ଅଛି | ଆଉ ଏବେ ପୁଣି ଥରେ କିମଙ୍କ ଆଉ ଏକ କଠୋର ନିର୍ଦ୍ଦେଶ ବାବଦରେ ଜଣାପଡିଛି | ଉତ୍ତର କୋରିଆରେ ଜଣେ ବ୍ୟକ୍ତି କରୋନା ନିୟମ ଭାଙ୍ଗିବାରୁ ତାଙ୍କୁ ଗୁଳି କରି ମାରିଦିଆଯିବା ଘଟଣା ସାମ୍ନାକୁ ଆସିଛି |

ମିଳିଥିବା ସୂଚନା ମୁତାବକ କରୋନା ସଂକ୍ରମଣକୁ ରୋକିବା ପାଇଁ ଉତ୍ତର କୋରିଆରେ କଡା ପ୍ରତିବନ୍ଧକ ରହିଛି। ଯେଉଁମାନେ ନିୟମ ପାଳନ କରୁନାହାଁନ୍ତି ସେମାନଙ୍କୁ ମଧ୍ୟ ମୃତ୍ୟୁ ଦଣ୍ଡ ମଧ୍ୟ ଦିଆଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୋଭିଡ -୧୯ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଉଲ୍ଲଂଘନ କରି ଜଣେ ବ୍ୟକ୍ତି ନିଜ ଜୀବନ ହରାଇଛନ୍ତି। ଇଂରାଜୀ ଖବରକାଗଜ ଡେଲି ମେଲ ଅନୁସାରେ ନଭେମ୍ବର ୨୮ ରେ ଉତ୍ତର କୋରିଆର ସୈନ୍ୟମାନେ କରୋନା ନିୟମକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ କିମଙ୍କ ନିର୍ଦ୍ଦେଶରେ ଜଣେ ବ୍ୟକ୍ତିଙ୍କୁ ଗୁଳି ଚଳାଇଥିଲେ।

ଅଭିଯୋଗ ହୋଇଥିଲା ଯେ କରୋନା କଟକଣା ପାଇଁ ସୀମାରେ ପ୍ରତିବନ୍ଧକ ଜାରି ହୋଇଥିବା ସତ୍ତ୍ୱେ ଏହି ବ୍ୟକ୍ତି ଜଣକ ଚୀନ୍ ସାମଗ୍ରୀ ଉତ୍ତର କୋରିଆକୁ ଚୋରା ଚାଲାଣ କରି ବିକ୍ରି କରୁଥିଲେ | ଆଉ ଏହି ପ୍ରତିବନ୍ଧକକୁ ଭାଙ୍ଗିଥିବାରୁ ଫାୟାରିଂ ସ୍କ୍ୱାର୍ଡରେ ତାଙ୍କୁ ଗୁଳି କରାଯାଇଥିଲା | ସୂଚନା ଥାଉ ଯେ କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ଉତ୍ତର କୋରିଆ ଆନୁଷ୍ଠାନିକ ଭାବେ ଏହାର ସୀମା ବନ୍ଦ କରି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe