ରାମ ନବମୀ ଶୋଭାଯାତ୍ରାରେ ହିଂସା ଭିଆଇଥିବା ଦଙ୍ଗାକାରୀଙ୍କ ବିରୋଧରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ, ବୁଲଡୋଜର ଲଗାଇ ଭଙ୍ଗାଗଲା ଘର

Advertisment
ରାମ ନବମୀ ଶୋଭାଯାତ୍ରାରେ ହିଂସା ଭିଆଇଥିବା ଦଙ୍ଗାକାରୀଙ୍କ ବିରୋଧରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ, ବୁଲଡୋଜର ଲଗାଇ ଭଙ୍ଗାଗଲା ଘର

photo-live hindustan

ଭୋପାଳ: ମଧ୍ୟପ୍ରଦେଶର ଖାର୍ଗୋନରେ ରାମ ନବମୀ ଅବସରରେ ହିଂସା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆକ୍ସନ୍ ମୋଡକୁ ଆସିଛନ୍ତି। ସୋମବାର ଦିନ ଦଙ୍ଗାକାରୀଙ୍କ ଘର ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସହରର ସମ୍ବେଦନଶୀଳ ଛୋଟି ମୋହନ ଟକିଜ୍ ଅଞ୍ଚଳରେ ପୁଲିସ ଉପସ୍ଥିତିରେ ଦଙ୍ଗାକାରୀଙ୍କ ଘର ଭାଙ୍ଗି ଦିଆଯାଇଛି। ରବିବାର ଦିନ ଦଙ୍ଗା ପରେ ଦଙ୍ଗାକାରୀଙ୍କ ଘର ଭାଙ୍ଗିବା ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ରବିବାର ରାମନବମୀ ଶୋଭାଯାତ୍ରା ସମୟରେ ସାମ୍ପ୍ରଦାୟିକ ବିବାଦ ହୋଇଥିଲା। ଯେଉଁଥିରେ ଦଙ୍ଗାକାରୀମାନେ ପଥର ଫିଙ୍ଗିବା ସହ ନିଆଁ ଲଗାଇଦେଇଥିଲେ |ଏଥିସହ ଦଙ୍ଗାକାରୀମାନେ ଖାର୍ଗୋନ ଏସପି ସିଦ୍ଧାର୍ଥ ଚୌଧୁରୀ ଏବଂ ୧୦ ଜଣ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ |

ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଏହି ହିଂସା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଛଡ଼ାଯିବ ନାହିଁ। ରାମ ନବମୀ ଅବସରରେ ଖାର୍ଗୋନରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ମଧ୍ୟପ୍ରଦେଶ ମାଟିରେ ଦଙ୍ଗାକାରୀଙ୍କ ପାଇଁ ସ୍ଥାନ ନାହିଁ। ତେବେ ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଦଙ୍ଗାକାରୀଙ୍କ ବେଆଇନ ନିର୍ମାଣ କାର୍ଯ୍ୟ ଭଙ୍ଗାଯାଉଛି ।

ଆଉ ଏଥିରେ କିଛି ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ଥିବାର ଜଣାପଡିବା ପରେ ସେମାନଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି | ମିଳିଥିବା ସୂଚନା ଅନୁଯାୟୀ, ଦଙ୍ଗାରେ ସମ୍ପୃକ୍ତ ୪ ଜଣ ସରକାରୀ କର୍ମଚାରୀଙ୍କ ମଧ୍ୟରୁ ୩ ଜଣଙ୍କୁ ବହିଷ୍କାର କରାଯାଇଥିବା ବେଳେ ଜଣଙ୍କୁ ନିଲମ୍ବନ କରାଯାଇଛି। ସୂଚନା ମୁତାବକ ରବିବାର ଦିନ ଖାର୍ଗୋନ ସହରର ରାମନବମୀ ଶୋଭାଯାତ୍ରାରେ ପଥର ଫିଙ୍ଗିବା ସହ କିଛି ଗାଡି ଓ ଘରେ ନିଆଁ ଲଗାଇଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe