Jansatta
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଲଗାତାର ବଢ଼ିଚାଲିଛି। ଗତ ୨୪ ଘଣ୍ଟାରେ ୧୨୮୯୯ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ମାମଲା ୭୨ ହଜାର ଅତିକ୍ରମ କରିଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୭୨,୪୭୪ ସକ୍ରିୟ ମାମଲା ରହିଛି। ଏହା ସହିତ ଗତ ୨୪ ଘଣ୍ଟାରେ ୧୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ଆଜି ସଂକ୍ରମଣ ମାମଲା ୪୦୦ କମ୍ ଥିଲେ ମଧ୍ୟ ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଂକ୍ରମଣ ଉଦ୍ବେଗଜନକ ଭାବେ ବଢ଼ୁଛି। ଦେଶରେ ଏବେ କରୋନା ଆରୋଗ୍ୟ ହାର ୯୮.୬୨ ପ୍ରତିଶତ ରହିଛି। ଦୖନିକ ସଂକ୍ରମଣ ହାର ଏବେ ୨.୮୯ ପ୍ରତିଶତ ଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୨.୫୦ ପ୍ରତିଶତ ରହିଛି। ଦିଲ୍ଲୀରେ ଦୈନିକ ସଂକ୍ରମଣ ଏବେ ୧୫ ଶହ ଉପରେ ରହୁଥିବା ବେଳେ ମହାରାଷ୍ଟ୍ରରେ ୪ ହଜାର ଅତିକ୍ରମ କରିଛି । ସଂକ୍ରମଣ ବୃଦ୍ଧି ଯୋଗୁଁ ଚିନ୍ତା ବଢ଼ିଛି ଏବଂ ଆଗକୁ ସୁରକ୍ଷା ପଦକ୍ଷେପ ବଢ଼ାଇବା ପାଇଁ ଯୋଜନା ହେଉଛି।
Follow Us