କମୁଛି କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା, ‌୨୪ ଘଣ୍ଟାରେ ୪,୦୪୩ ସଂକ୍ରମିତ ଚିହ୍ନଟ

କମୁଛି କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା, ‌୨୪ ଘଣ୍ଟାରେ ୪,୦୪୩ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଳୀ: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୦୪୩ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ କରୋନା ସଂକ୍ରମଣଙ୍କ ସଂଖ୍ୟା ୪,୪୫,୪୩,୦୮୯ରେ ପହଞ୍ଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୪୭,୩୭୯ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ମୃତ ୧୫ ଜଣଙ୍କୁ ମିଶାଇ ସମୁଦାୟ ମୃତକଙ୍କ ସଂଖ୍ୟା ୫,୨୮,୩୭୦ରେ ପହଞ୍ଚିଛି। କେବଳ କେରଳରେ ହିଁ ୬ ଜଣଙ୍କୁ ମୃତ୍ୟୁ ଘଟିଛି। ସକ୍ରିୟ ଆକ୍ରାନ୍ତଙ୍କ ହାର ୦.୧୧ ପ୍ରତିଶତ ରହିଥିବା ବେଳେ ଜାତୀୟ କରୋନା ସୁସ୍ଥ ହାର ରହିଛି ୯୮.୭୧ ପ୍ରତିଶତ।

ଗତକାଲି ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଥିଲା ୫,୬୬୪। ସେହିପରି ୩୫ ମୃତ୍ୟୁ ରେକର୍ଡ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe