DailyHunt
ପୁଣେ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ତ୍ୱରିତ୍ ନ୍ୟାୟ ଦାବି କରି ଦେଶର ଖ୍ୟାତନାମା ସମାଜସେବୀ ଆନ୍ନା ହଜାରେ ଆଜିଠାରୁ ‘ମୌନବ୍ରତ’ ଆରମ୍ଭ କରିଛନ୍ତି। ମହାରାଷ୍ଟ୍ରର ଅହେମ୍ମଦନଗର ଜିଲ୍ଲା ଅନ୍ତର୍ଗତ ନିଜର ଜନ୍ମସ୍ଥାନ ରାଲେଗାଓଁ ସିଦ୍ଧି ଗ୍ରାମରେ ଆଜି ଠାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଏହି ‘ମୌନବ୍ରତ’ ଆରମ୍ଭ କରିଛନ୍ତି ସମାଜସେବୀ ଆନ୍ନା ହଜାରେ।
ଉଲ୍ଲେଖଯୋଗ୍ୟ, ସମାଜସେବୀ ଆନ୍ନା ହଜାରେ ଗତ ଡିସେମ୍ବର ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ। ଏହି ପତ୍ରରେ ସେ ଉଲ୍ଲେଖ କରିଥିଲେ ଯେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଯଦି ଡିସେମ୍ବର ୨୦ ତାରିଖ ସୁଦ୍ଧା ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ନ୍ୟାୟ ମିଳି ନଥିବ ତେବେ ସେ ‘ମୌନବ୍ରତ’ ତପସ୍ୟା ଆରମ୍ଭ କରିବେ।
ତେଣୁ, ନିଜର ବକ୍ତବ୍ୟ ଅନୁଯାୟୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ତ୍ୱରିତ୍ ନ୍ୟାୟ ଦାବି କରି ସେ ଆଜି ଠାରୁ ‘ମୌନବ୍ରତ’ ତପସ୍ୟା ଆରମ୍ଭ କରିଛନ୍ତି। ଏହା ସତ୍ତ୍ୱେ ବି ଯଦି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ମିଳିବାରେ ବିଳମ୍ବ ଘଟେ ତେବେ ସେ ‘ଆମରଣ ଅନଶନ’ ଆରମ୍ଭ କରଦେବେ ବୋଲି କହି ଦେଇଛନ୍ତି।
Follow Us