ସ୍ବାସ୍ଥ୍ୟଗତ କାରଣରୁ ଭୀମା କୋରେଗାଓଁ ମାମଲାରେ ଜାମିନ ପାଇଲେ ସାମାଜିକ କର୍ମୀ ବରବରା ରାଓ

Advertisment
ସ୍ବାସ୍ଥ୍ୟଗତ କାରଣରୁ ଭୀମା କୋରେଗାଓଁ ମାମଲାରେ ଜାମିନ ପାଇଲେ ସାମାଜିକ କର୍ମୀ ବରବରା ରାଓ

Image Courtesy of India Today

ନୂଆଦିଲ୍ଲୀ: ‘ଏଲ୍‌ଗାର ପରିଷଦ୍‌’ ମାମଲାରେ ଅନ୍ୟତମ ଅଭିଯୁକ୍ତ ତେଲୁଗୁ କବି ତଥା ସାମାଜିକ କର୍ମୀ ବରବରା ରାଓଙ୍କୁ ଆଜି ସୁପ୍ରିମ୍‌ କୋର୍ଟ ସ୍ବାସ୍ଥ୍ୟଗତ କାରଣରୁ ଜାମିନ ମଞ୍ଜୁର କରିଛନ୍ତି।

ଜାମିନ ଆବେଦନକାରୀ ବରବରା ରାଓଙ୍କୁ ୮୨ ବର୍ଷ ଏବଂ ୨୦୧୮ରୁ ସେ ଗୃହବନ୍ଦୀ ଅଛନ୍ତି।

୨୦୨୧ ଫେବ୍ରୁଆରିରେ ବମ୍ବେ ହାଇକୋର୍ଟ ଦର୍ଶାଇ ଥିଲେ କି, ଆବେଦନକାରୀଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ରହିଛି। ରାଓଙ୍କର ବୟସ ଏବଂ ସେ ଅଢ଼େଇ ବର୍ଷ ହାଜତରେ ବିତାଇ ଥିବା କଥା ପ୍ରତି ଦୃଷ୍ଟି ଦେଇ ବମ୍ବେ ହାଇକୋର୍ଟ ତାଙ୍କୁ ୬ ମାସ ପାଇଁ ଜାମିନ ମଞ୍ଜୁର କରିଥିଲେ।

ଏହି ମାମଲାରେ ଚାର୍ଜସିଟ୍‌ ଫାଇଲ୍‌ ହୋଇ ସାରିଥିଲେ ବି କେତେକ ଅଭିଯୁକ୍ତଙ୍କୁ ହାଜାତକୁ ନିଆଯାଇ ନାହିଁ। ଅଭିଯୋଗ ମଧ୍ୟ ‘ଫ୍ରେମ୍‌’ କରାଯାଇନାହିଁ। ମାମଲା ବିଚାର ବିଭାଗୀୟ ଅଦାଲତର ବିଚାରାଧୀନ ରହିଛି।

publive-image Image Courtesy of ABP Live

ଆଜି ବରବରା ରାଓଙ୍କ ପିଟିସନ୍‌ର ଶୁଣାଣି କରି ସୁପ୍ରିମ୍‌ କ‌ୋର୍ଟ କହିଲେ, ଏପର୍ଯ୍ୟନ୍ତ ଆବେଦନକାରୀଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରି ନାହିଁ। କିନ୍ତୁ, ଜାମିନ ପାଇଲେ ବି ଆବେଦନକାରୀ ତାଙ୍କ ସ୍ବାଧୀନତାର ଦୂରୁପଯୋଗ କରିବା ଅନୁଚତ। ସେ ଏହି ମାମଲାର ଅନ୍ୟ ଅଭିଯୁକ୍ତମାନଙ୍କ ସହିତ ସମ୍ପର୍କ ସ୍ଥାପନ କରି ତଦନ୍ତର ଧାରାକୁ ପ୍ରଭାବିତ ନ କରିବା ଉଚିତ। ତାଙ୍କୁ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯିବ।

କିନ୍ତୁ, ତାଙ୍କ ଜାମିନର କୌଣସି ସମୟସୀମା ନିର୍ଦ୍ଧାରଣ କରି ନ ଥିଲେ ବି ବିନା ଅନୁମତିରେ ସମ୍ପୃକ୍ତ ବିଚାର ବିଭାଗୀୟ ଅଦାଲତଙ୍କ କ୍ଷେତ୍ର ବହାରକୁ ନ ଯିବା ପାଇଁ ସୁପ୍ରିମ୍‌ କୋର୍ଟ ନିର୍ଦେଶ ଦେଇଛନ୍ତି।

ଅନ୍ୟ କୌଣସି କାର୍ଯ୍ୟ ନିମନ୍ତେ ନୁହେଁ, କେବଳ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଏହି ଜାମିନ ମଞ୍ଜୁର କରାଯାଇଥିବା କଥା ମଧ୍ୟ ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି।

ସ୍ମରଣଯୋଗ୍ୟ, ନିଷିଦ୍ଧ ଘୋଷିତ ମାଓବାଦୀ ସଙ୍ଗଠନ ସହ ଯୋଗାଯୋଗ ଥିବା କାରଣରୁ ‘ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ (ପ୍ରିଭେନ୍‌ସନ୍‌) ଆକ୍ଟ୍‌’ (ୟୁଏପିଏ) ବଳରେ ପୁଣେ ପୁଲିସ ପ୍ରଥମେ ୮୨ ବର୍ଷିୟ ରାଓଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe