(Photo: PTI)
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଜାଫର୍ନଗର ଠାରେ ନାଗରିକତା ସଂଶୋଧନ ଆଇନ୍(ସିଏଏ) ବିରୋଧୀ ଆନ୍ଦୋଳନରେ ସାମିଲ୍ ହୋଇଥିବା ମୁସ୍ଲମାନମାନଙ୍କୁ ୟୁପି ପୁଲିସ୍ ଟାର୍ଗେଟ କରୁଛି ବୋଲି ମାନବ ଅଧିକାର ସୁରକ୍ଷା ଦିଗରେ କାର୍ଯ୍ୟରତ କିଛି କାର୍ଯ୍ୟକର୍ତ୍ତା ଅଭିଯୋଗ ଆଣିଥିବା ବେଳେ ନିକଟରେ ଟ୍ବିଟ୍ରରେ ପ୍ରମାଣସ୍ବରୁପ କିଛି ଫଟୋ ଓ ଭିଡିଓ ପୋଷ୍ଟ୍ କରିଛନ୍ତି।
ମାନବ ଅଧିକାର କାର୍ଯ୍ୟକର୍ତ୍ତା ଜନ୍ ଦୟାଲ୍, କବିତା କ୍ରିଷ୍ଣ ଏବଂ ହରଷ ମନ୍ଦେରଙ୍କ ସମେତ ଏକ ନାଗରିକ ତଥ୍ୟ ଯୋଗାଡ଼କାରୀ ଦଳ କିଛି ଫଟୋ ଓ ଭିଡିଓ ଆଧାରରେ ଦାବି କରିଛନ୍ତି ଯେ ମୁସ୍ଲମାନମାନଙ୍କୁ ୟୁପି ପୁଲିସ୍ ଟାର୍ଗେଟ କରୁଛି ଓ ସେମାନଙ୍କ ନିକଟରେ ଏହାର ପ୍ରମାଣ ଅଛି।
କାର୍ଯ୍ୟକର୍ତ୍ତାମାନେ ଫେସ୍ବୁକ୍ ଓ ଟ୍ବିଟର୍ରେ ଏକାଧିକ ଫଟୋ ଓ ଭିଡିଓ ସେୟାର୍ କରି ସେଥିରେ ଉତ୍ତରପ୍ରଦେଶ ପୁଲିସ୍ ସିଏଏ ଅନ୍ଦୋଳନରେ ସାମିଲ୍ ହୋଇଥିବା ମୁସ୍ଲମାନମାନଙ୍କୁ ଟାର୍ଗେଟ କରୁଛି ବୋଲି ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। ଭିଡିଓକୁ ନେଇ ଏଯାବତ୍ କୌଣସି ତଦନ୍ତ ହୋଇ ନାହିଁ କି ୟୁପି ପୁଲିସ୍ ଏ ସଂପର୍କରେ ଏଯାଏ କିଛି ବୟାନ ଦେଇନାହିଁ।
ପୋଷ୍ଟ୍ ହୋଇଥିବା ଏକ ଟ୍ବିଟ୍ରେ କବିତା କ୍ରିଷ୍ଣ ୟୁପି ପୁଲିସ୍ ବିରୋଧରେ ଅଭିଯୋଗ ଆଣି ଲେ୍ଖିଛନ୍ତି, ‘ୟୁପି ପୁଲିସ୍, ପିଏସି, ଆର୍ଏଏସ୍ ହେଉଛନ୍ତି ଦଙ୍ଗାକାରୀ। ସେମାନେ ମୁସ୍ଲମାନମାନଙ୍କୁ ଟାର୍ଗେଟ କରୁଛନ୍ତି। ତାହାର ଏକ ଭିଡିଓ ପୋଷ୍ଟ୍ କରୁଛି।’ ଆଉ ଏକ ଭିଡିଓରେ ଦେଖିବାକୁ ମିଳିଛି ଏକ ମୁସ୍ଲମାନ ପରିବାରର ବେସିନ୍, ସ୍କୁଟର ଓ ଘରର ଅନ୍ୟାନ୍ୟ ଆସବାପତ୍ରକୁ ଭାଙ୍ଗି ଦିଆଯାଇଛି।
Follow Us