ନୂଆଦିଲ୍ଲୀସ୍ଥିତ କାନାଡା ଦୂତାବାସ ବାରିକେଡ୍ ଭାଙ୍ଗିଲେ ଲୋକେ

ହିନ୍ଦୁ ଓ ଶିଖ୍ ସଂଗଠନର କର୍ମକର୍ତ୍ତାମାନେ ରବିବାର ନୂଆଦିଲ୍ଲୀସ୍ଥିତ କାନାଡା ହାଇକମିସନ ସମ୍ମୁଖରେ ଦୃଢ଼ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କାନାଡାର ବ୍ରାମ୍ପଟନରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ବିରୋଧରେ ଏହି ବିରୋଧ ପ୍ରଦର୍ଶନ କରାଯାଇଥିଲା ।

canada HC

ନୂଆଦିଲ୍ଲୀ: ହିନ୍ଦୁ ଓ ଶିଖ୍ ସଂଗଠନର କର୍ମକର୍ତ୍ତାମାନେ ରବିବାର ନୂଆଦିଲ୍ଲୀସ୍ଥିତ କାନାଡା ହାଇକମିସନ ସମ୍ମୁଖରେ ଦୃଢ଼ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କାନାଡାର ବ୍ରାମ୍ପଟନରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ବିରୋଧରେ ଏହି ବିରୋଧ ପ୍ରଦର୍ଶନ କରାଯାଇଥିଲା । ଗତ ନଭେମ୍ବର ୪ରେ ଖଲିସ୍ତାନ ସମର୍ଥକ ଗୋଷ୍ଠୀ ମନ୍ଦିର ବାହାରେ ଭଙ୍ଗାରୁଜା କରିବା ସହ ଶ୍ରଦ୍ଧାଳୁଙ୍କୁ ମାଡ଼ ମାରିଥିଲେ ।  ଏହାକୁ ନେଇ ଭାରତରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । 

ହିନ୍ଦୁ ଶିଖ୍ ଗ୍ଲୋବାଲ ଫୋରମର ସଦସ୍ୟମାନେ ଦିଲ୍ଲୀସ୍ଥିତ କାନାଡା ହାଇକମିସନ ଅଭିମୁଖେ ଯାତ୍ରା କରିଥିଲେ ଏବଂ "ହିନ୍ଦୁ ଏବଂ ଶିଖ୍ ଏକ" ଏବଂ "ଭାରତ ତା'ର ମନ୍ଦିର ଅପମାନକୁ ବରଦାସ୍ତ କରିବ ନାହିଁ" ଭଳି ସ୍ଲୋଗାନ ଦେଇ ପୁଲିସ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ।

ରବିବାର ( ୧୦ ନଭେମ୍ବର) ହିନ୍ଦୁ ଶିଖ୍ ଗ୍ଲୋବାଲ ଫୋରମର ବିକ୍ଷୋଭକାରୀମାନେ ଦିଲ୍ଲୀସ୍ଥିତ କାନାଡା ହାଇକମିସନ ଅଭିମୁଖେ ଯାତ୍ରା କରିଥିଲେ ଏବଂ "ହିନ୍ଦୁ ଏବଂ ଶିଖ୍ ଏକ" ଏବଂ "ଭାରତ ତା'ର ମନ୍ଦିର ଅପମାନକୁ ବରଦାସ୍ତ କରିବ ନାହିଁ" ଭଳି ସ୍ଲୋଗାନ ଦେଇ ପୁଲିସ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ।

ରବିବାର ହୋଇଥିବା ବିକ୍ଷୋଭକୁ ଦୃଷ୍ଟିରେ ରଖି ଦିଲ୍ଲୀର ଚାଣକ୍ୟପୁରୀରେ ଥିବା କାନାଡା ଦୂତାବାସ ସମ୍ମୁଖରେ ସୁରକ୍ଷା ବଢ଼ାଇ ଦିଆଯାଇଥିଲା, ଯେଉଁଥିରେ ଦିଲ୍ଲୀ ପୁଲିସ ବହୁ ସଂଖ୍ୟକ ପୁଲିସ ମୁତୟନ କରିବା ସହ ବିଭିନ୍ନ ସ୍ତରରେ ବ୍ୟାରିକେଡ୍ ଲଗାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe