ପୁଣି ବିବାଦରେ ଅଭିନେତା: ମହିଳା ଆଣିଲେ ଦୁଷ୍କର୍ମ ଅଭିଯୋଗ

Advertisment

ବିବାଦରେ ଛନ୍ଦି ଛନ୍ଦି ହୋଇ ଯାଉଛନ୍ତି ଅଭିନେତା ଅଜାଜ୍ ଖାନ। ୱେବ୍ ସୋ’ 'ହାଉସ୍ ଆରେଷ୍ଟ'ରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ କରୁଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ‌ହୋଇଥିବା ବେଳେ ଏବେ ଆଉ ଏକ ବିବାଦ ମୁଣ୍ଡ‌ ଟେକିଛି। 

ବିବାଦରେ ଛନ୍ଦି ଛନ୍ଦି ହୋଇ ଯାଉଛନ୍ତି ଅଭିନେତା ଅଜାଜ୍ ଖାନ। ୱେବ୍ ସୋ’ 'ହାଉସ୍ ଆରେଷ୍ଟ'ରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ କରୁଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ‌ହୋଇଥିବା ବେଳେ ଏବେ ଆଉ ଏକ ବିବାଦ ମୁଣ୍ଡ‌ ଟେକିଛି। 

www.indiatoday.in

ମୁମ୍ବାଇ: ବିବାଦରେ ଛନ୍ଦି ଛନ୍ଦି ହୋଇ ଯାଉଛନ୍ତି ଅଭିନେତା ଅଜାଜ୍ ଖାନ। ୱେବ୍ ସୋ’ 'ହାଉସ୍ ଆରେଷ୍ଟ'ରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ କରୁଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ‌ହୋଇଥିବା ବେଳେ ଏବେ ଆଉ ଏକ ବିବାଦ ମୁଣ୍ଡ‌ ଟେକିଛି। 

ଏବେ ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ ଅଭିନେତା ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି। ମହିଳା ଜଣକ ଅଭିଯୋଗ ଆଣିବା ପରେ ତାଙ୍କ ବିରୋଧରେ ମୁମ୍ବାଇର ଚାରକୋପ୍ ପୁଲିସ ଷ୍ଟେସନରେ ଏକ ନୂତନ ଏଫଆଇଆର ରୁଜୁ ହୋଇଛି।

ଏହା ଅଭିନେତାଙ୍କ ପାଇଁ ଦ୍ୱିତୀୟ ଆଘାତ। ଯିଏକି ଅନୁପଯୁକ୍ତ ବିଷୟବସ୍ତୁ ପାଇଁ ତାଙ୍କ ସୋ’ ‘ହାଉସ୍ ଆରେଷ୍ଟ’ ପାଇଁ ଏଫଆଇଆରର ସମ୍ମୁଖୀନ ହେଇଛନ୍ତି। 

ଖାନଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା ଏହି ୱେବ୍ ସୋ' ଉଲ୍ଲୁ ଆପରେ ଷ୍ଟ୍ରିମ୍ ହେଉଛି। "ବଜରଙ୍ଗ ଦଳର କର୍ମୀ ଗୌତମ ରାଭ୍ରିଆଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ପୁଲିସ ଅଭିନେତା ଅଜାଜ ଖାନ, 'ହାଉସ୍ ଆରେଷ୍ଟ' ୱେବ୍ ସୋ'ର ପ୍ରଯୋଜକ ରାଜକୁମାର ପାଣ୍ଡେ ଏବଂ ଉଲ୍ଲୁ ଆପର ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି," ବୋଲି ଆମ୍ବୋଲି ପୁଲିସ ଷ୍ଟେସନ ଅଧିକାରୀ କହିଛନ୍ତି।

ଅଭିଯୋଗ ଅନୁଯାୟୀ, ୱେବ୍ ସୋ’ରେ ଅଶ୍ଳୀଳ ଭାଷା ପ୍ରୟୋଗ ହୋଇଥିଲା ଏବଂ ସୋ’ରେ ପ୍ରଦର୍ଶିତ କାର୍ଯ୍ୟଗୁଡ଼ିକ ମହିଳାଙ୍କୁ ଅସମ୍ମାନିତ କରିବା ଭଳି ଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe