ଭୟାବହ ଦୁର୍ଘଟଣାର ଶିକାର ହେବାପରେ ବିଜୟୀ ହେଲେ ଅଜିତ

ତାମିଲ ସୁପରଷ୍ଟାର ଅଜିତ କୁମାର କିଛିଦିନ ତଳେ ଭୟାବହ ଦୁର୍ଘଟଣାର ଶିକାର ହୋଇ ମଧ୍ୟ ଦୁବାଇ ୨୪ଘଣ୍ଟା ରେସିଂ ଇଭେଣ୍ଟ-୨୦୨୫ରେ କାର ରେସିଂ୯୯୧ ବର୍ଗରେ ତୃତୀୟ ସ୍ଥାନ ଅଧିକାର କରିଥିବା ପରିଚାଳକ ସୁରେଶ ଚନ୍ଦ୍ର ସୂଚନା ଦେଇଛନ୍ତି ।

ୀତିରୀୗ


ନୂଆଦିଲ୍ଲୀ: ତାମିଲ ସୁପରଷ୍ଟାର ଅଜିତ କୁମାର କିଛିଦିନ ତଳେ ଭୟାବହ ଦୁର୍ଘଟଣାର ଶିକାର ହୋଇ ମଧ୍ୟ ଦୁବାଇ ୨୪ଘଣ୍ଟା ରେସିଂ ଇଭେଣ୍ଟ-୨୦୨୫ରେ କାର ରେସିଂ୯୯୧ ବର୍ଗରେ ତୃତୀୟ ସ୍ଥାନ ଅଧିକାର କରିଥିବା ପରିଚାଳକ ସୁରେଶ ଚନ୍ଦ୍ର ସୂଚନା ଦେଇଛନ୍ତି ।

ଏହି ବିଜୟ ସହିତ ଅଜିତଙ୍କୁ ଜିଟି୪ ବର୍ଗରେ "ସ୍ପିରିଟ୍ ଅଫ୍ ଦ ରେସ୍"ର ମାନ୍ୟତା ମଧ୍ୟ ମିଳିଛି । ଏହି ସଫଳତା ପରେ ଅଜିତ କୁମାରଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ସାଉଥ ସୁପରଷ୍ଟାର ରଜନୀକାନ୍ତ, କମଲ ହାସନ, ସାମନ୍ଥା ରୁଥ ପ୍ରଭୁ, ଆର ମାଧବନ, ନାଗା ଚୈତନ୍ୟଙ୍କ ଭଳି ଅନେକ ବଡ଼ ଫିଲ୍ମ ବ୍ୟକ୍ତିତ୍ୱ ଅଜିତ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଅଧିକପଢ଼ନ୍ତୁ:୪୦୦ସ୍କୁଲରେ ବୋମା ଥିବାର ମିଥ୍ୟା କଲ କରିଥିବା ପିଲାକୁ ଧରିଲା ପୁଲିସ ଦିଲ୍ଲୀ ପୁଲିସ ୪୦୦ସ୍କୁଲରେ ବୋମା ଥିବା ନେଇ ମିଥ୍ୟା କଲ କରିଥିବା ପିଲାକୁ କା

ଅଜିତ ରେସିଂ ୯୯୧ ବର୍ଗରେ ତୃତୀୟ ସ୍ଥାନ ଅଧିକାର କରିବା ପରେ ତାଙ୍କ ଫ୍ୟାନ୍ସମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ କହିଛନ୍ତି, ‘ଦ୍ବିତୀୟ ବ୍ୟକ୍ତି କ’ଣ କରୁଛି ତାହାର ଚିନ୍ତା କରନ୍ତୁ ନାହିଁ। ଆପଣଙ୍କ ଜୀବନ ଉପରେ ଧ୍ୟାନ ଦିଅନ୍ତୁ। ମୋତେ ‌ସେତେବେଳେ ଜାଣି ଖୁସି ଲାଗିବ ଯେତେବେଳେ ଜାଣିବି ମୋର ଫ୍ୟାନ୍ସମାନେ ତାଙ୍କ ଜୀବନରେ କିଛି ଭଲ କାମ କରୁଛନ୍ତି।

ଅଧିକପଢ଼ନ୍ତୁ:ମଣିଷ ଜୀବନ କୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ;ହସଖୁସିରେ ବଞ୍ଚିବା ଶିଖନ୍ତୁ

ଜୀବନ ବହୁତ ଛୋଟ। ଆମର ନାତିନାତୁଣୀ ଆମକୁ ମନେ ରଖିବେ ନାହିଁ। ତେଣୁ ମନେ ରଖନ୍ତୁ ଆଜି ପାଇଁ ବଞ୍ଚନ୍ତୁ। କାରଣ କାଲିକି କ’ଣ ହେବ  ଏକଥା କେହି କହି ପାରିବେ ନାିହିଁ। ତେଣୁ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରୁହନ୍ତୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe