କାଟ୍ରିନା କୈଫଙ୍କ ପ୍ରିୟ ଗୁରୁ ତଥା ‘ରାଜା ହିନ୍ଦୁସ୍ତାନୀ’ ଫେମ୍ ଅଭିନେତା ବୀରୁ କ୍ରିଷ୍ଣନଙ୍କ ପରଲୋକ

Advertisment
କାଟ୍ରିନା କୈଫଙ୍କ ପ୍ରିୟ ଗୁରୁ ତଥା ‘ରାଜା ହିନ୍ଦୁସ୍ତାନୀ’ ଫେମ୍ ଅଭିନେତା ବୀରୁ କ୍ରିଷ୍ଣନଙ୍କ ପରଲୋକ

photo-navbharattimes

ମୁମ୍ବାଇ: ବଲିଡଡର ଲୋକପ୍ରିୟ ଅଭିନେତା ତଥା କଥକ ନୃତ୍ୟ ଗୁରୁ ବୀରୁ କ୍ରିଷ୍ଣନ୍ ଆଉ ଆମମାନଙ୍କ ଭିତରେ ନାହାନ୍ତି। ଗତକାଲି ତାଙ୍କର ପରଲୋକ ଘଟିଯାଇଛି।

ଏସଂପର୍କରେ ଜଣାଶୁଣା ଅଭିନେତ୍ରୀ ଆଥିୟା ସେଟ୍ଟୀ ନିଜର ଟୁଇଟରରେ ସୂଚନା ଦେଇଛନ୍ତି। ସେ ଏଥିଲାଗି ଗଭୀର ଶୋକ ପ୍ରକାଶ କରିବା ସହ ଗୁରୁଜୀଙ୍କଠାରୁ କଠିନ ପରିଶ୍ରମ,ଶୃଙ୍ଖଳା ଏବଂ କଥକ ନୃତ୍ୟ ପ୍ରତି ପ୍ରକୃତ ଭଲପାଇବା ଶିଖାଇଥିଲେ ବୋଲି ଉଲ୍ଲେଖ କରିଛନ୍ତି।

ବୀରୁ କ୍ରିଷ୍ଣନ୍ ଅମୀର ଖାନ୍, କରିସ୍ମା କପୁରଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’, ଅଭିନୀତ ସୁପରହିଟ୍ ଫିଲ୍ମ ‘ମନୀଷା କୋଇରାଲା ଅଭିନୀତ ସୁପରହିଟ୍ ଫିଲ୍ମ ‘ ଅକେଲେ ହମ୍ ଅକେଲେ ତୁମ୍’ ଏବଂ ଅମୀର ଖାନ୍, ଜୁହି ଚାୱଲା, ଅଜୟ ଦେବଗନ୍ ଓ କାଜୋଲଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ଇଶ୍କ’ରେ ନିଜର ପ୍ରଭାବଶାଳୀ ଅଭିନୟ ଲାଗି ସ୍ମରଣୀୟ ହୋଇ ରହିବେ।

publive-image photo-ndtv

ନିକଟରେ ଯେତେବେଳେ ବଲିଉଡ ନାୟିକା କାଟ୍ରିନା କୈଫଙ୍କୁ ନିଜର ପ୍ରିୟ ଗୁରୁଙ୍କ ନାମ କହିବାକୁ କୁହାଯାଇଥିଲା ସେତେବେଳେ ସେ କଥକ ନୃତ୍ୟ ଗୁରୁ ବୀରୁ କ୍ରିଷ୍ଣନଙ୍କ ନାମ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe