ମାସେ ପରେ କରୋନା ମୁକ୍ତ ହେଲେ ବଲିଉଡ ଅଭିନେତା ଅଜୁର୍ନ କପୁର

Advertisment
ମାସେ ପରେ କରୋନା ମୁକ୍ତ ହେଲେ ବଲିଉଡ ଅଭିନେତା ଅଜୁର୍ନ କପୁର

DNA India

ମୁମ୍ବାଇ: ସେପ୍ଟେମ୍ବର ୬ରେ ବଲିଉଡ ଅଭିନେତା ଅର୍ଜୁନ କପୁର କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ଅଭିନେତାଙ୍କ କରୋନା ଭାଇରସ୍ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ବେଳେ ଅର୍ଜୁନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଏହା ବିଷୟରେ ସୂଚନା ଦେଇଥିଲେ। ତାଙ୍କର କରୋନାଭାଇରସର କୌଣସି ଲକ୍ଷଣ ନାହିଁ ଏବଂ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି ବୋଲି କହିଥିଲେ ଅଜୁର୍ନ | ତେବେ ମାସେ ପରେ ସେ ସଂପୂର୍ଣ୍ଣ କରୋନା ମୁକ୍ତ ହୋଇଥିବା ଜଣାଇଛନ୍ତି। ନିଜ ଇନଷ୍ଟା ଆକାଉଣ୍ଟ ଜରିଆରେ ସେ ଏହି ସୂଚନା ଦେଇଛନ୍ତି।

View this post on Instagram

🙏

A post shared by Arjun Kapoor (@arjunkapoor) on

ଇନଷ୍ଟା ପୋଷ୍ଟରେ ଅଜୁର୍ନ ଲେଖିଛନ୍ତି ଯେ, ମୁଁ ଏବେ ସଂପୂର୍ଣ୍ଣ କରୋନା ମୁକ୍ତ ହୋଇଛି। ମୋର ରିପୋର୍ଟ ନେଗେଟିଭ ଆସିଥିବା ବେଳେ ପୁଣି ଥରେ କାମ ଆରମ୍ଭ କରିବାକୁ ନେଇ ମୁଁ ବହୁତ ଖୁସି। ଆପଣମାନଙ୍କ ଶୁଭେଚ୍ଛା, ପ୍ରାର୍ଥନା ଏବଂ ଆଶୀର୍ବାଦ ପାଇଁ ଅଶେଷ ଅଶେଷ ଧନ୍ୟବାଦ। ଏହି ଭୂତାଣୁ ଅତ୍ୟନ୍ତ ମାରାତ୍ମକ। ଏହାକୁ ଗମ୍ଭରତାର ସହ ନିଅନ୍ତୁ। ସବୁବେଳେ ମାସ୍କ ପିନ୍ଧନ୍ତୁ। ଯେଉଁ କରୋନା ଯୋଦ୍ଧାମାନେ ଆଗରେ ରହି ଆମକୁ ସୁରକ୍ଷା ଦେଉଛନ୍ତି, ସେମାନଙ୍କୁ ମୁଁ ସଲାମ କରୁଛି। ଆମେ ତୁମ ପାଖରେ ଚିରଋଣୀ ହୋଇ ରହିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe