ଅର୍ଥ ହେରଫେର ମାମଲାରେ ଅଭିନେତା-ବ୍ୟବସାୟୀ ସଚିନ୍‌ ଯୋଶୀଙ୍କୁ ଗିରଫ କଲା ଇଡି

Advertisment
ଅର୍ଥ ହେରଫେର ମାମଲାରେ ଅଭିନେତା-ବ୍ୟବସାୟୀ ସଚିନ୍‌ ଯୋଶୀଙ୍କୁ ଗିରଫ କଲା ଇଡି

EtNow

ମୁମ୍ବାଇ: ୧୦୦ କୋଟି ଟଙ୍କାର ଅର୍ଥ ହେରଫେର (ମନି ଲଣ୍ଡରିଂ)ରେ ସମ୍ପୃକ୍ତ ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୩୬ ବର୍ଷୀୟ ଅଭିନେତା ତଥା ବ୍ୟବସାୟୀ ସଚିନ୍‌ ଯୋଶୀଙ୍କୁ ଗିରଫ କରିଛି। ଲଗାତାର ଦୁଇ ଦିନ ଧରି ଇଡି କର୍ତ୍ତୃପକ୍ଷ ଯୋଶୀଙ୍କୁ ପଚରାଉଚରା କରିବା ପରେ ତାଙ୍କୁ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲଏ) ଅନୁଯାୟୀ ଗିରଫ କରିଛି। ଆଜି (ସୋମବାର) ଗିରଫ ସଚିନ୍‌ଙ୍କୁ କୋର୍ଟରେ ହାଜର କରାଯିବ।

ସୂତ୍ରରୁ ପ୍ରକାଶ ଯେ ମୁମ୍ବାଇର ଅନ୍ୟତମ ପ୍ରମୁଖ ବିଲଡର ଓମକର ଡେଭଲପର୍ସଙ୍କ ବ୍ୟବସାୟିକ କାର୍ଯ୍ୟକଳାପରେ ଲିପ୍ତ ରହି ସେ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ହୋଫେରରେ ସଂପୃକ୍ତ ଥିଲେ। ଘର ଓ ଜମି ଯୋଗାଇ ଦେବାର ସେ ଲୋକମାନଙ୍କ ଠାରୁ ଏହି ଅର୍ଥ ଆଦାୟ କରିବା ପରେ ପରବର୍ତ୍ତୀ ସମୟରେ ଟଙ୍କା ଆଣିଥିବା ଲୋକମାନଙ୍କୁ ଆଉ ଧରାଛୁଆଁ ଦେଇ ନଥିଲେ।

publive-image EtNow

ଉଲ୍ଲେଖଯୋଗ୍ୟ, ଦେଶର ବିଭିନ୍ନ ବ୍ୟାଙ୍କରୁ ହଜାର ହଜାର କୋଟିର ଋଣ ନେଇ ସେସବୁକୁ ହଡ଼ପ କରି ଏବେ ପଳାତକ ସାଜିଥିବା ବ୍ୟବସାୟୀ ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଭିଲ୍ଲାକୁ ୭୩.୦୧ କୋଟିରେ କିଣି ଅଭିନେତା ସଚିନ୍‌ ଯୋଶୀ ମଧ୍ୟ ଚର୍ଚ୍ଚାରେ ରହିଥିଲେ। ଅଭିନେତା ତଥା ନିର୍ମାତା ଯୋଶୀ ଟଲିଉଡ ଏବଂ ବଲିଉଡରେ ବେଶ ଜଣାଶୁଣା। ଯୋଶୀ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ଅନେକ ଚଳଚ୍ଚିତ୍ର କରିଛନ୍ତି। ସେ ୨୦୧୩ ଚଳଚ୍ଚିତ୍ର ଜ୍ୟାକପଟରେ ମଧ୍ୟ ଏକ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ, ଯେଉଁଥିରେ ସେ ସନି ଲିଓନ ଏବଂ ନାସିରୁଦ୍ଦିନ ଶାହାଙ୍କ ବିପକ୍ଷରେ ଅଭିନୟ କରିଥିଲେ। ତାଙ୍କର ସଦ୍ୟତମ ଚଳଚ୍ଚିତ୍ର ହେଉଛି ‘ଅମାବାସ୍‌’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe