କୋଲକାତା ମାମଲାରେ ପୋଷ୍ଟ୍‌ ସେୟାର୍‌ କରି ଦୁଷ୍କର୍ମ ଧମକ ପାଇଲେ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ

Advertisment
କୋଲକାତା ମାମଲାରେ ପୋଷ୍ଟ୍‌ ସେୟାର୍‌ କରି ଦୁଷ୍କର୍ମ ଧମକ ପାଇଲେ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ

www.indiatoday.in

କୋଲକାତା: କୋଲକାତା ବଳାତ୍କାର-ହତ୍ୟା ମାମଲାକୁ ବିରୋଧ କରି ପୋଷ୍ଟ କରିବା ପରେ ତୃଣ ମୂଳ କଂଗ୍ରେସର ପୂର୍ବତନ ସଦସ୍ୟ ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ମଙ୍ଗଳବାର ଦିନ ଅଡୁଆରେ ଫଶିଛନ୍ତି। ମିମି ତାଙ୍କ ପୋଷ୍ଟ୍‌ରେ କୋଲକାତା ପୁଲିସର ସାଇବର ସେଲ ବିଭାଗକୁ ମଧ୍ୟ ଟ୍ୟାଗ୍ କରିଛି।
ମିମି ଲେଖିଛନ୍ତି, “ଏବଂ ଆମେ ମହିଳାଙ୍କ ପାଇଁ ନ୍ୟାୟ ଦାବି କରୁଛୁ, ଠିକ୍‌ ତ? ଏମାନେ ସେହିମାନଙ୍କ ମଧ୍ୟରୁ କିଛି ଜଣ; ଯିଏ ନିଜର ମୁହଁ ଲୁଚାଇ ଦୁଷ୍କର୍ମ ଧମକର ଭିଡ଼ ଭିତରେ ମହିଳାଙ୍କ ସହ ଛିଡ଼ା ହୋଇଥିବା କଥା କୁହନ୍ତି। କେଉଁ ପ୍ରକାରର  ଲାଳନପାଳନ ଏବଂ ଶିକ୍ଷା ଏହା ଅନୁମତି ଦିଏ?’’

କୋଲକାତାରେ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ବିରୋଧରେ ବ୍ୟକ୍ତିଗତ ଭାବେ ଏକ ପ୍ରତିବାଦରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଅଭିନେତ୍ରୀ। ମିମିଙ୍କ ବ୍ୟତୀତ ରିଧି ସେନ୍, ଅରିନ୍ଦମ୍ ସିଲ୍, ଏବଂ ମଧୁମିତା ସରକାର ଭଳି କଳାକାରମାନେ ମଧ୍ୟ ଅଗଷ୍ଟ ୧୪ ତାରିଖ ରାତିରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଭାଗ ନେଇଥିଲେ। ମିମି ଚକ୍ରବର୍ତ୍ତୀ ଯାଦବପୁର ଲୋକସଭା ନିର୍ବାଚନମଣ୍ଡଳୀରୁ (୨୦୧୯ - ୨୦୨୪) ପର୍ଯ୍ୟନ୍ତ ସଂସଦର ସଦସ୍ୟ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe