ସୁପ୍ରସିଦ୍ଧ ଅଭିନେତା ରବି ପଟବର୍ଦ୍ଧନଙ୍କର ପରଲୋକ

Advertisment
ସୁପ୍ରସିଦ୍ଧ ଅଭିନେତା ରବି ପଟବର୍ଦ୍ଧନଙ୍କର ପରଲୋକ

image source-.hindustantimes.com

ମୁମ୍ବାଇ: ହିନ୍ଦୀ ତଥା ମରାଠୀ ସିନେମା ଓ ଥିଏଟର ଜଗତର ସୁପ୍ରସିଦ୍ଧ ଅଭିନେତା ରବି ପଟବର୍ଦ୍ଧନଙ୍କର ଆଜି ପରଲୋକ ହୋଇଥିବାର ଖବର ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ରବିବାର ସକାଳେ ବୟସ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ହେତୁ ରବି ପଟବର୍ଦ୍ଧନଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଥାନେରେ ସେ ନିଜ ବାସଭବନରେ ପ୍ରାଣତ୍ୟାଗ କରିଛନ୍ତି।

୧୯୭୦ ଦଶକର ଶେଷ ଭାଗରେ ସେ ଚଳଚ୍ଚିତ୍ରରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରେ ରବି ପଟବର୍ଦ୍ଧନ ଅନେକ ଚଳଚ୍ଚିତ୍ର, ଟିଭି ଶୋ ଏବଂ ନାଟକରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ| ତାଙ୍କର ଅଭିନୀତ କେତେକ ଉଲ୍ଲେଖନୀୟ ହିନ୍ଦୀ ଚଳଚ୍ଚିତ୍ର ମଧ୍ୟରେ ‘ତେଜାବ’, ‘ଅଙ୍କୁଶ’, ‘ପ୍ରତିଘାତ୍’ ଏବଂ ‘ଯଶୱନ୍ତ’ ଆଦି ରହିଛି।  ସେ ୨୦୦ରୁ ଅଧିକ ହିନ୍ଦୀ ଏବଂ ମରାଠୀ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହାଛଡ଼ା ରବି ତାଙ୍କ ଜୀବନକାଳରେ ପ୍ରାୟ ୧୨୫ଟି ନାଟକରେ ମଧ୍ୟ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ।

publive-image image source-cinestaan.com

ରବି ପଟବର୍ଦ୍ଧନଙ୍କ ଟିଭି ଶୋ ‘ଆଗବାଇ ସାସୁବାଇ’ର ନିର୍ମାତା ସୁନୀଲ ଭୋସଲେ କହିଛନ୍ତି ଯେ ଗତ ଫେବ୍ରୁଆରି ମାସରେ ତାଙ୍କର ହୃଦଘାତ ହୋଇଥିଲା। ଏହାପରେ ବି ସେ ଶେଷ ପର୍ଯ୍ୟନ୍ତ ସୁଟିଂ କରୁଥିଲେ। ବୟସ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାରେ ସେ ପୀଡ଼ିତ ଥିଲେ ବୋଲି ସୁନୀଲ ଭୋସଲେ କହିଛନ୍ତି। ତାଙ୍କର ବିଧବା ପତ୍ନୀ, ଦୁଇ ପୁତ୍ର ଏବଂ ଜଣେ କନ୍ୟା ଅଛନ୍ତି।

ସୁପ୍ରସିଦ୍ଧ ଅଭିନେତା ରବି ପଟବର୍ଦ୍ଧନଙ୍କର ବିୟୋଗରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe