Image Courtesy of NDTV
ମୁମ୍ବାଇ: ନିକଟ ଅତୀତରେ ହତ୍ୟା ଧମକ-ପତ୍ର ପାଇବା ପରେ ଆତ୍ମରକ୍ଷା ନିମନ୍ତେ ଅସ୍ତ୍ରଶସ୍ତ୍ର ଲଇସେନ୍ ପାଇଁ ଆବେଦନ କରିଥିବା ଅଭିନେତା ସଲ୍ମନ୍ ଖାଁଙ୍କୁ ‘ଆର୍ମସ୍ ଲାଇସେନ୍ସ୍’ ପ୍ରଦାନ କରାଯାଇଥିବା କଥା ମୁମ୍ବାଇ ପୁଲିସ କହିଛି।
କିନ୍ତୁ, ସେ କେଉଁ ପ୍ରକାରର ଅସ୍ତ୍ର ଖରିଦ କରିପାରିବେ ତାହା ଉକ୍ତ ‘ଲାଇସେନ୍ସ୍’ରେ ଉଲ୍ଲେଖ କରାଯାଇନାହିଁ।
ସୂଚନାଯୋଗ୍ୟ, ମେ ୨୯ ତାରିଖରେ ପଞ୍ଜାବର ମନସା ନିକଟରେ ଗାୟକ ସିଦ୍ଧୁ ମୂଷେୱାଲାଙ୍କୁ ଗୁଳି ମାରି ହତ୍ୟା କରାଯିବା ପରେ ପରେ ଅର୍ଥାତ୍ ଜୁନ୍ ପ୍ରାରମ୍ଭରେ ଅଭିନେତା ସଲ୍ମନ୍ ଏବଂ ତାଙ୍କ ବାପାଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା।
Image Courtesy of India Todayଗତ ମାସରେ ସଲ୍ମନ୍ ମୁମ୍ବାଇ ପୁଲିସ କମିସନର୍ଙ୍କୁ ଭେଟିବା ପରେ ‘ଲାଇସେନ୍ସ୍’ ଜାରି କରୁଥିବା କର୍ତ୍ତୃପକ୍ଷ ଆବଶ୍ୟକ ତଦନ୍ତ କରିଥିଲେ। ବନ୍ଧୁକ ‘ଲାଇସେନ୍ସ୍’ ପାଇବା ପାଇଁ ସେ ଗତ ମାସରେ ମୁମ୍ବାଇ ପୁଲିସ ମୁଖ୍ୟାଳୟକୁ ଯାଇ କମିସନର୍ ବିବେକ ଫାନ୍ସଲକର୍ଙ୍କୁ ଭେଟିଥିଲେ। ନିଜର ଏବଂ ପରିବାରବର୍ଗଙ୍କ ସୁରକ୍ଷା ନିମନ୍ତେ ତାଙ୍କର ବନ୍ଧୁକଟିଏ ଲୋଡ଼ା ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।
ସଲ୍ମନ୍ଙ୍କ ନିକଟକୁ ଆସିଥିବା ଲରେନ୍ସ୍ ବିଷ୍ଣୋଇଙ୍କ ହତ୍ୟା ଧମକ-ପତ୍ର ୧୯୯୮ ମସିହାର କୃଷ୍ଣସାର ମୃଗ ଶିକାର ଘଟଣା ସହିତ ସମ୍ପୃକ୍ତ। ଏହି ମାଲାରେ ସଲ୍ମନ୍ ଥିଲେ ଅନ୍ୟତମ ଅଭିଯୁକ୍ତ।
ସବୁଦିନ ଜଗିଙ୍ଗ୍ ପରେ ସଲ୍ମନ୍ଙ୍କ ବାପା ଯେଉଁ ବେଞ୍ଚ୍ରେ ବସନ୍ତି, ତାହାରି ଉପରୁ ସେ ଦସ୍ତଖତ ନ ଥିବା ହତ୍ୟା ଧମକ-ପତ୍ରଟି ପାଇଥିଲେ।
Follow Us