ବେଙ୍ଗାଲୁରୁ ପାର୍ଟିରେ ଡ୍ରଗ୍ ସେବନ କରି ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁର ଗିରଫ

Advertisment
ବେଙ୍ଗାଲୁରୁ ପାର୍ଟିରେ ଡ୍ରଗ୍ ସେବନ କରି ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁର ଗିରଫ

Image Courtesy of India Today

ବେଙ୍ଗାଲୁରୁ: ରବିବାର ରାତିରେ ବେଙ୍ଗାଲୁରୁ ନଗରୀରେ ଆୟୋଜିତ ପାର୍ଟିରେ ଡ୍ରଗ୍‌ ସେବନ କରିଥିବା ଅଭିଯୋଗରେ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ପୁଲିସ ଅଟକ ରଖିଛି। ପ୍ରଥମେ ତାଙ୍କୁ ଅଟକ ରଖାଯାଇଥିଲା।

ସୁନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଡି. ଜେ. ପାର୍ଟି ଆୟୋଜନ କରାଯାଇଥିବା ଏମ୍‌ଜି ରୋଡ୍‌ସ୍ଥିତ ପାର୍କ ହୋଟେଲ୍‌ ପବ୍‌ରେ ବେଙ୍ଗାଲୁରୁ ପୁଲିସ ଚଢ଼ାଉ କରିଥିଲା। ସେଠାରେ ସମବେତ ୩୫ଜଣ ଅତିଥିଙ୍କ ନମୁନା ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଅର୍ଥାତ୍ ସେମାନେ ଡ୍ରଗ୍‌ ସେବନ କରିଥିଲେ। ସେମାନଙ୍କ ମଧ୍ୟରୁ ସିଦ୍ଧାନ୍ତ ଅନ୍ୟତମ ବୋଲି ପୁଲିସ ଅଧିକାରୀମାନେ କହିଛନ୍ତି।

ବାକି ୫ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ।

publive-image Image Courtesy of ANI

ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଶକ୍ତି କପୁର୍‌ଙ୍କ ପୁଅ ସିଦ୍ଧାନ୍ତ ମଧ୍ୟ ଜଣେ ଅଭିନେତା ଏବଂ ସେ ୨୦୨୦ ୱେବ୍‌ ସିରିଜ୍‌ ‘ଭ‌ୌକାଲ୍‌’ରେ ଚିଣ୍ଟୁ ଦେଢ଼ା ଚରିତ୍ରରେ ଅଭିନୟ କରିଛନ୍ତି। ‘ସୁଟ୍‌ଆଉଟ୍‌ ଆଟ୍‌ ବଡ଼ାଲା’, ‘ଅଗ୍‌ଲି’, ‘ହସୀନା ପାର୍କର୍‌’, ‘ଚେହେରେ’ ଆଦି ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି। ‘ଭାଗମ୍‌ ଭାଗ୍‌’, ‘ଚୁପ୍‌ ଚୁପ୍‌ କେ’, ‘ଭୁଲ୍‌ ଭୁଲୈୟା’ ଏବଂ ‘ଢୋଲ୍‌’ ଆଦି ଚଳଚ୍ଚିତ୍ରରେ ସେ ଅନ୍ୟତମ ସହକାରୀ ନିର୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍‌ ରଖିଥିବା ଅଭିଯୋଗରେ ‘ନା‌କ୍ରୋଟିକ୍‌ସ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ’ ଜେରା କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଶ୍ରଦ୍ଧା କପୁର ଥିଲେ ଅନ୍ୟତମା। କିନ୍ତୁ, ତାଙ୍କ ନିକଟରୁ ସେଭଳି କିଛି ଉଲ୍ଲେଖଯୋଗ୍ୟ ପ୍ରମାଣ ମିଳି ନ ଥିଲା। ସେତେବେଳେ ଅର୍ଥାତ୍‌୨୦୨୦ ସେପ୍ଟେମ୍ବରରେ ‘ଏନ୍‌ସିବି’ ଶ୍ରଦ୍ଧା କପୁର, ସାରା ଅଲି ଖାଁ ଏବଂ ଦୀପିକା ପାଡୁକୋନ୍‌ଙ୍କୁ ମଧ୍ୟ ଉକ୍ତ ମାମଲା ସହ ଜଡ଼ିତ ଥିବା ‘ହ୍ବାଟ୍‌ସ୍‌ଆପ୍‌ ଚାଟ୍‌’କୁ ଆଧାର କରି ଜେରା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe