The Indian Express
ନୂଆଦିଲ୍ଲୀ: ବର୍ଷୀୟାନ୍ ଚଳଚ୍ଚିତ୍ର, ଟେଲିଭିଜନ ଓ ମଞ୍ଚ ଅଭିନେତା ଶ୍ରୀରାମ ଲାଗୁଙ୍କର ମଙ୍ଗଳବାର ପୁନେଠାରେ ପରାଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଏବଂ ଦିନନାଥ ମଙ୍ଗେସ୍କର ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁରେ ମରାଠୀ ଏବଂ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି। ସେ ୧୦୦ରୁ ଊର୍ଦ୍ଧ୍ବ ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଥିବାବେଳେ ୪୦ରୁ ଊର୍ଦ୍ଧ୍ବ ହିନ୍ଦୀ, ଗୁଜୁରାଟୀ ଓ ମରାଠୀ ନାଟକରେ ଅଭିନୟ କରିଛନ୍ତି। ୨୦ରୁ ଊର୍ଦ୍ଧ୍ବ ମରାଠୀ ନାଟକର ନିର୍ଦ୍ଦେଶନା ଦେଇଛନ୍ତି।
୧୯୭୯ ନଭେମ୍ବର ୭ ତାରିଖରେ ସେ ଜନ୍ମଲାଭ କରିଥିଲେ। ସ୍ବର୍ଗତ ଲାଗୁ ପେସାରେ ଜଣେ ଡାକ୍ତର ଏବଂ ନିଶାରେ ଜଣେ ଅଭିନେତା ଥିଲେ। ଅଭିନୟ ସାଙ୍ଗକୁ ସମାଜ ସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ।
ସ୍ବର୍ଗତ ଲାଗୁଙ୍କ ବିୟୋଗରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ, କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବହୁ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ଗଭୀର ଶୋକ ପ୍ରକାଶ କରିଛନ୍ତି।
Follow Us