Image Courtesy of ANI News
ତେଲେଙ୍ଗାନା: ଜଣେ ଛଅ ବର୍ଷିୟ ବାଳକର ‘ଲିଭର୍’ ବା ଯକୃତ୍ ପ୍ରତିରୋପଣ ନିମନ୍ତେ ଅଭିନେତା ସୋନୁ ସୁଦ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ହାଇଦ୍ରାବାଦର ଆପୋଲୋ ହସ୍ପିଟାଲ୍ରେ ହର୍ଷବର୍ଦ୍ଧନ ନାମକ ସେ ବାଳକର ପରିବାରକୁ ସାହାଯ୍ୟ କରିବା ସହ ଅସ୍ତ୍ରୋପଚାର ନିମନ୍ତେ ସୁଦ୍ ଆବଶ୍ୟକ ଅର୍ଥ ଯୋଗାଇ ଦେଇଛନ୍ତି।
ପିଲାଟିକୁ ଛଅ ମାସ ହୋଇଥିବା ବେଳେ ସେ ଅସୁସ୍ଥ ହୋଇ ପଡ଼ିଥିବା କଥା ତା’ର ମାଆ କହିଛି। ସେ କହିଛନ୍ତି, ମୋ ପୁଅର ଯକୃତ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ମାସେ ତଳେ ଡାକ୍ତର କହିଲେ। ତା’ର ଅସ୍ତ୍ରୋପଚାର ଆବଶ୍ୟକ ଏବଂ ସେଥିପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କା ଲାଗିବ। ଚିକିତ୍ସା ନ ହେଲେ ତା’ର ଜୀବନ ପ୍ରତି ବିପଦ ଦେଖାଦେବ।
Image Courtesy of The Economic Timesସେମାନେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠି ଏବଂ ଆରୋଗ୍ୟଶ୍ରୀ ଯୋଜନାରୁ ସହାୟତା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ ଥିଲେ ବୋଲି ପିଲାଟିର ମାଆ କହିଛନ୍ତି। ସେ ପୁଣି କହିଛନ୍ତି ଯେ, ସୁଟିଙ୍ଗ୍ରେ ବ୍ୟସ୍ତ ଥାଇ ମଧ୍ୟ ସୋନୁ ସାର୍ ଆମକୁ ଭେଟି ସମ୍ପୂର୍ଣ୍ଣ ଚିକିତ୍ସା ନିମନ୍ତେ ଅର୍ଥ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅସ୍ତ୍ରୋପଚାର ସମୁଦାୟ ଖର୍ଚ୍ଚ ସେ ବହନ କରୁଛନ୍ତି। ସେ ଜଣେ ଦୟାବନ୍ତ। ମଲା ପର୍ଯ୍ୟନ୍ତ ଆମେ ତାଙ୍କ ସହାୟତାକୁ ଭୁଲିବୁ ନାହିଁ। ଭବିଷ୍ୟତରେ ମଧ୍ୟ ସେ ଆମ ପରି ଅନେକ ଅସହାୟଙ୍କୁ ସାହାଯ୍ୟ କରିବେ ବୋଲି ଆଶା କରୁଛୁ।
ହର୍ଷବର୍ଦ୍ଧନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମନୀଷ ବର୍ମା କହନ୍ତି, ପିଲାଟି ‘ଲିଭର୍ ସିରୋସିସ୍’ରେ ଆକ୍ରାନ୍ତ ହୋଇଥିବାରୁ ପ୍ରତିରୋପଣ ଆବଶ୍ୟକ ଥିଲା। ଅସ୍ତ୍ରୋପଚାର ଥିଲା ଖୁବ୍ ଜଟିଳ। ଆମ ପାଖରେ ସମ୍ବଳର ଅଭାବ ଥିଲା। ବିନା ସାଲିସ୍ରେ ତା’ର ଯତ୍ନ ନେବାକୁ ଆମେ ସମସ୍ତ ଉଦ୍ୟମ କରି ସଫଳତାର ସହ ଅସ୍ତ୍ରୋପଚାର ସମ୍ପନ୍ନ କଲୁ। ପିଲାଟିକୁ ସୁସ୍ଥ କରିବା ପାଇଁ ଆପୋଲରେ ଥିବା ଆମ ଟିମ୍ ଏବଂ ସୋନୁ ସୁଦ୍ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛୁ।
Follow Us