ସୁଟିଂ ସେଟ୍‌ରେ ଅଭିନେତା ଭି ପି ଖାଲିଦଙ୍କ ହୃଦ୍‌ଘାତରେ ପରଲୋକ

Advertisment
ସୁଟିଂ ସେଟ୍‌ରେ ଅଭିନେତା ଭି ପି ଖାଲିଦଙ୍କ ହୃଦ୍‌ଘାତରେ ପରଲୋକ

ମୁମ୍ବାଇ : ଲୋକପ୍ରିୟ ମାଲାୟାଲମ ଚଳଚ୍ଚିତ୍ର ଅଭିନେତା ଭି ପି ଖାଲିଦଙ୍କର ଶୁକ୍ରବାର ଦିନ ହୃଦ୍‌ଘାତରେ  ପର‌େଲାକ ହୋଇଛି। ୭୦ ବର୍ଷୀୟ ଖାଲିଦ ଜୁଡେ ଆଣ୍ଟୋନିଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମ ପାଇଁ କୋଚିରେ ସୁଟିଂ କକରୁଥିବା ସମୟରେ ହୃଦଘାତର ଶିକାର ହୋଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖାଲିଦ ଜଣେ ବହୁଚର୍ଚ୍ଚିତ ମଞ୍ଚ ଅଭିନେତା ଥିଲେ। ଆଲେପେ ଥିଏଟର ସହିତ ଦୀର୍ଘ ସମୟ ଧରି କାମ କରିଥିଲେ। ଟିଭି ସିରିଏଲରେ ଅଭିନୟ କରିବା ପରେ ସେ ଲୋକପ୍ରିୟ ଅଭିନେତା ପାଲଟିଥିଲେ। ତାଙ୍କ ମୃତ୍ୟୁରେ ମାଲାୟାଲମ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe