ଅଭିନେତ୍ରୀ ମାହିରାଙ୍କୁ ଅସଦାଚରଣ: ଭିଡ଼ରେ ଗାର୍ଡ ତାଙ୍କୁ ଜୋରରେ ଧରି ରଖିଲେ, ଭିଡିଓ ଭାଇରାଲ

ଲଣ୍ଡନରେ ଫିଲ୍ମର ପ୍ରମୋସନ ସମୟରେ ପ୍ରସିଦ୍ଧ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କ ସହ ଅସଦାଚରଣର ଏକ ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମାହିରା ଶହ ଶହ ଲୋକଙ୍କ ଭିଡ଼ରେ ଫସି ରହିଥିବାର ଦେଖାଯାଉଛି...

Actress Mahira misbehaved: Guard held her tightly in crowd, video goes viral

Actress Mahira misbehaved: Guard held her tightly in crowd, video goes viral Photograph: (sambad.in)

ଲଣ୍ଡନ: ଭାରତରେ ପାକିସ୍ତାନୀ ତାରକାମାନଙ୍କ ପାଇଁ ନୋ ଏଣ୍ଟ୍ରି ବୋର୍ଡ ଲାଗିଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ, କେନ୍ଦ୍ର ସରକାର  ସମସ୍ତ ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ବ୍ୟାନ୍ କରିଦେଇଛନ୍ତି।  ଫଳରେ ପାକିସ୍ତାନରୁ ଅନେକ ତାରକା ଅନ୍ୟ ଦେଶକୁ ଯିବା ଆସିବା କରୁଛନ୍ତି। ଏହି ସମୟରେ, ଲଣ୍ଡନରୁ ପ୍ରସିଦ୍ଧ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲଣ୍ଡନରେ ମାହିରା ଖାନଙ୍କ ସହ ଅସଦାଜରଣ କରାଯାଇଛି।  ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ମାହିରା ଖାନ ଏକ ବିରାଟ ଭିଡ଼ରେ ଫସି ରହିଛନ୍ତି। ତାଙ୍କ ଚାରିପାଖରେ ଶହ ଶହ ଲୋକ ରୁଣ୍ଢ ହୋଇଛନ୍ତି ଏବଂ ସେ କୌଣସି ପ୍ରକାରେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଏହି ଭିଡ଼ରେ କିଛି ଲୋକ ମାହିରାଙ୍କ ସହ ଖରାପ ବ୍ୟବହାର କରିଥିଲେ। ଭିଡିଓରେ ତାଙ୍କ ପଛରେ ପାକିସ୍ତାନର ବରିଷ୍ଠ ଅଭିନେତା ହୁମାୟୁନ୍ ସଇଦ ମଧ୍ୟ ଅଛନ୍ତି, ଯିଏ ଚିନ୍ତିତ ଦେଖାଯାଉଛନ୍ତି। ସୁରକ୍ଷା କର୍ମୀମାନେ ମାହିରାଙ୍କୁ ଘେରି ରହିଛନ୍ତି ଏବଂ କୌଣସି ପ୍ରକାରେ ତାଙ୍କୁ ଭିଡ଼ରୁ ସୁରକ୍ଷା କରୁଛନ୍ତି।

ଅଧିକ ପଢ଼ନ୍ତୁ:  ପାକିସ୍ତାନ ହେବ ଖଣ୍ଡ ଖଣ୍ଡ!: ବେଲୁଚିସ୍ତାନ ପିଓକେ ହେବ ଅଲଗା

ମାହିରା ଖାନ ତାଙ୍କ ଆଗାମୀ ଫିଲ୍ମ 'ଲଭଗୁରୁ'ର ପ୍ରମୋସନ ପାଇଁ ପାକିସ୍ତାନ ଯାଇଥିଲେ, ଯେଉଁଠାରେ ତାଙ୍କ ସହିତ ଅସଦାଚରଣ କରାଯାଇଛି। ଭିଡିଓଟିକୁ ଦେଖିଲେ ସ୍ପଷ୍ଟ ଜଣା ପଡୁଛି ଯେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ଏହି ସମୟରେ, ଗାର୍ଡ ତାଙ୍କୁ ଜୋରରେ ଧରି ରଖିଛନ୍ତି, ଯାହା ଯୋଗୁ ମାହିରା ନିଜକୁ ଅସହଜ ଅନୁଭବ କରୁଥିବା ଦେଖାଯାଉଛି।

ମାହିରା ଖାନ ବଲିଉଡରେ ମଧ୍ୟ କାମ କରିଛନ୍ତି। ସେ ଶାହରୁଖ ଖାନଙ୍କ ଫିଲ୍ମ ରଇସରେ ନଜର ଆସିଥିଲେ। ୨୦୧୭ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ତାଙ୍କର କାମକୁ ବହୁତ ପ୍ରଶଂସା କରାଯାଇଥିଲା। ଶାହରୁଖଙ୍କ ସହ ତାଙ୍କର ବଲିଉଡ ଡେବ୍ୟୁ ସଫଳ ହୋଇଥିଲା ଏବଂ ଫିଲ୍ମଟି ହିଟ୍ ହୋଇଥିଲା। ଏହି ଚଳଚ୍ଚିତ୍ରଟି ପ୍ରାୟ ୯୨ କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଥିବା ବେଳେ ଘରୋଇ ବକ୍ସ ଅଫିସରେ ଏହା ୧୯୦.୯୫ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏହି ଫିଲ୍ମଟି ସାରା ବିଶ୍ୱରେ ୨୮୧.୪୫ କୋଟି ଟଙ୍କା ରୋଜଗାର କରିଥିଲା।

MAHIRA KHAN HARASSED IN LONDON

Posted by Halchal TV on Sunday, May 25, 2025

ଅଧିକ ପଢ଼ନ୍ତୁ: ନକ୍ସଲ ଓ ମାଓବାଦୀଙ୍କ ମଧ୍ୟରେ ଫରକ କଣ ଜାଣିଛନ୍ତି କି?

mahira khan | London | pakistani-actress | video viral 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe