ଅଭିନେତ୍ରୀ ସାଂସଦ କିରଣ ଖେରଙ୍କୁ ରକ୍ତ କର୍କଟ

Advertisment
କଟିଲା କିରନ ଖେରଙ୍କ ଟିକେଟ

ମୁମ୍ବାଇ: ଚଣ୍ଡୀଗଡ଼ର ବିଜେପି ସାଂସଦ ତଥା ଖ୍ୟାତନାମା ଅଭିନେତ୍ରୀ କିରଣ ଖେର ମଲ୍ଟିପ୍‌ଲ ମାଇଲୋମା ନାମକ ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇ ଏବେ ମୁମ୍ବାଇରେ ଚିକିତ୍ସିତ ହେଉଥିବା ଜଣାଯାଇଛି। କିରଣଙ୍କ ବନ୍ଧୁ ତଥା ଚଣ୍ଡୀଗଡ଼ ବିଜେପି ସଭାପତି ଅରୁଣ ସୂଦ ଗତକାଲି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେବା ସହ ବର୍ଷକ ତଳେ କିରଣଙ୍କର ଏହା ଜଣା ପଡ଼ିବା ପରଠାରୁ ସେ ଚିକିତ୍ସାଧୀନ ଥିବା କହିଛନ୍ତି। ସେ ମୁମ୍ବାଇର କୋକିଲ ବେନ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ଏବେ ଧୀରେ ଧୀରେ ଆରୋଗ୍ୟ ଲାଭ କରୁଛନ୍ତି ଏବଂ ଆଉ ଡାକ୍ତରଖାନାରେ ନ ରହି ଘରୁ ନିୟମିତ ଯିବା ଆସିବା କରି ଡାକ୍ତରଙ୍କ ନିରୀକ୍ଷଣରେ ରହିଛନ୍ତି ବୋଲି ସୂଦ କହିଛନ୍ତି। ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ୬୮ ବର୍ଷୀୟା ଖେର୍‌ଙ୍କ ସ୍ବାମୀ ତଥା ବିଶିଷ୍ଟ ଅଭିନେତା ଅନୁମପ ଖେର ମଧ୍ୟ ଏହି ଖବରର ସତ୍ୟତାକୁ ଟ୍ବିଟରରେ ସ୍ବୀକାର କରିବା ସହ ତାଙ୍କ ପତ୍ନୀଙ୍କ ପ୍ରତି ଅନ୍ୟମାନଙ୍କର ରହିଥିବା ସ୍ନେହ, ଶ୍ରଦ୍ଧା ପାଇଁ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe