୨୦୦ କୋଟି ଟଙ୍କାର ହେରଫେର ମାମଲାରେ ଅଭିନେତ୍ରୀ ନୋରାଙ୍କୁ ୬ ଘଣ୍ଟା ଜେରା

Advertisment
୨୦୦ କୋଟି ଟଙ୍କାର ହେରଫେର ମାମଲାରେ ଅଭିନେତ୍ରୀ ନୋରାଙ୍କୁ ୬ ଘଣ୍ଟା ଜେରା

NDTV.com

ଦିଲ୍ଲୀ: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ରହିଥିବା ୨୦୦ କୋଟି ଟଙ୍କାର ହେରଫେର ମାମଲାରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ଦିଲ୍ଲୀ ପୁଲିସ ଶୁକ୍ରବାର ପ୍ରାୟ ୬ ଘଣ୍ଟା କାଳ ଜେରା କରିଛି। ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଉକ୍ତ ମାମଲାରେ ଜଣେ ସାକ୍ଷୀ ଭାବେ ନୋରାଙ୍କୁ ଜେରା କରିଛି। ଅଭିନେତ୍ରୀ ଜଣକ ଦିନ ୧୧ଟା ବେଳେ ଆସିଥିବା ବେଳେ ତାଙ୍କ ବିବୃତି ରେକର୍ଡ କରାଯିବା ପରେ ସନ୍ଧ୍ୟା ୬ଟାରେ ଫେରିଥିଲେ। ଗତବର୍ଷ ସେ ସୁକେଶଠାରୁ ଯେଉଁ ଉପହାର ପାଇଥିଲେ ସେ ବାବଦରେ ତାଙ୍କୁ ପଚରାଯାଇଥିଲା। ସୁକେଶ ତାଙ୍କୁ ଗୋଟିଏ ବିଏମ୍‌ଡବ୍ଲୁ କାର୍ ଦେଇଥିବା ମାମଲାରେ ସେ କହିଥିଲେ ଯେ ଚେନ୍ନାଇଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ବିନିମୟରେ ସୁକେଶଙ୍କ ସ୍ତ୍ରୀ ତାଙ୍କୁ କାର୍‌ଟି ଉପହାର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe