Dailythanthi
ନୂଆଦିଲ୍ଲୀ: ମଡେଲ ତଥା ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ମଙ୍ଗଳବାର ଜାମିନ୍ ମିଳିଛି। ପାୟଲ ରୋହତଗୀ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଓ ମୋତିଲାଲ ନେହେରୁଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ରାଜସ୍ଥାନ ପୁଲିସ ତାଙ୍କୁ ଅହମ୍ମଦାବାଦରୁ ଗିରଫ କରିଥିଲା। ଅଦାଲତ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରିବା ପରେ ପାୟଲଙ୍କୁ ବୁନ୍ଦି ସେଣ୍ଟ୍ରାଲ୍ ଜେଲରେ ରଖାଯାଇଥିଲା। ଆଜି ଦୁଇ ଜଣ ଜାମିନଦାର ଓ ୨୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଦେବା ପରେ ତାଙ୍କୁ ଜାମିନ ମିଳିଛି।
ଗିରଫ ପରେ ପାୟଲ ରୋହତଗୀଙ୍କୁ ନଅ ଦିନ ଅର୍ଥାତ ଡିସେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠା ଯାଇଥିଲା। ତାଙ୍କୁ ଲୁଟ ଓ ହତ୍ୟା ସମେତ ଅନେକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ମହିଳା କଏଦୀଙ୍କ ସହିତ ଜେଲରେ ରଖାଯାଇଥିଲା।
ଉଲ୍ଲେଖଯୋଗ୍ୟ, ପାୟଲ ରୋହତଗୀ ସୋସିଆଲ୍ ମିଡିଆରେ ନେହେରୁ ପରିବାରକୁ ଅପମାନିତ କରିବା ପରେ ଏକ ଭିଡିଓ ପୋଷ୍ଟ୍ କରିଥିଲେ। ତାଙ୍କର ଏହି ଭିଡିଓ ପାଇଁ ସେ ବିବାଦିତା ହୋଇଥିଲେ। ରବିବାର ରାତିରେ ରଜସ୍ଥାନ ପୁଲିସ୍ ପାୟଲଙ୍କୁ ଗିରଫ କରିବା ପରେ ସେ ଟ୍ଵିଟ୍ କରି ଜଣାଇଥିଲେ ।
Follow Us