ତେଲେଙ୍ଗାନାରେ ‘ଭାରତ ଯୋଡ଼ୋ ଯାତ୍ରା’ରେ ରାହୁଲ୍‌ ଗାନ୍ଧୀଙ୍କ ସହ ଯୋଗ ଦେଲେ ଅଭିନେତ୍ରୀ ପୂଜା ଭଟ୍ଟ

Advertisment
ତେଲେଙ୍ଗାନାରେ ‘ଭାରତ ଯୋଡ଼ୋ ଯାତ୍ରା’ରେ ରାହୁଲ୍‌ ଗାନ୍ଧୀଙ୍କ ସହ ଯୋଗ ଦେଲେ ଅଭିନେତ୍ରୀ ପୂଜା ଭଟ୍ଟ

Image Courtesy of Zee News

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିର ‘ଭାରତ ଯୋଡ଼ୋ ଯାତ୍ରା’ ପ୍ରତି ସମର୍ଥନ ଜଣାଇ ବିଶିଷ୍ଟ ବଲିଉଡ୍‌ ଅଭିନେତ୍ରୀ ପୂଜା ଭଟ୍ଟ ଆଜି ସକାଳେ ସ୍ବଳ୍ପ ସମୟ ପାଇଁ ତେଲେଙ୍ଗାନାର ହାଇଦ୍ରାବାଦ ନଗରୀରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ସହିତ ଯୋଗ ଦେଇଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ସକାଳେ ପଦଯାତ୍ରା ହାଇଦ୍ରାବାଦ ସହର ଦେଇ ଯିବା ବେଳେ ଅଭିନେତ୍ରୀ ପୂଜା ଭଟ୍ଟ ରାହୁଲ୍‌ ଗାନ୍ଧୀ ଓ ଅନ୍ୟାନ୍ୟ କଂଗ୍ରେସ ନେତାଙ୍କ ସଙ୍ଗରେ କିଛି ବାଟ ପର୍ଯ୍ୟନ୍ତ ଚାଲିବା ପରେ ଫେରି ଆସିଥିଲେ।

ଆଜି ୫୬ ଦିନରେ ପହଞ୍ଚି ଥିବା ‘ଭାରତ ‌ଯୋଡ଼ୋ ଯାତ୍ରା’ ବିଷୟରେ ଟୁଇଟ୍‌ କରି କଂଗ୍ରେସ ପାର୍ଟି ଲେଖିଛି: ପ୍ରତି ଦିନ ନୂଆ ନୂଆ ଇତିହାସ ସୃଷ୍ଟି ହେଉଛି.... ପ୍ରତ୍ୟେକ ଦିନ ଦେଶରେ ଶ୍ରଦ୍ଧା କରୁଥିବା ଜନତାଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଥିସହ ପୂଜା ଭଟ୍ଟ ଯାତ୍ରାରେ ଯୋଗ ଦେବାର ଫଟୋ ଓ ଭିଡିଓ ମଧ୍ୟ ପୋଷ୍ଟ୍‌ କରାଯାଇଛି।

publive-image Image Courtesy of Zee News

ଭିଡିଓରେ ଦେଖାଯାଉଛି, ଯାତ୍ରାରେ ଯୋଗ ଦେଇ ପୂଜା ରାହୁଲ୍‌ ଗାନ୍ଧୀଙ୍କ ସହିତ କରମର୍ଦ୍ଦନ କରୁଛନ୍ତି। ଦୁହେଁ କିଛି ଆଳାପ ମଧ୍ୟ କରୁଛନ୍ତି।

ସୂଚନାଯୋଗ୍ୟ, ତେଲେଙ୍ଗାନାରେ ‘ଭାରତ ଯୋଡ଼ୋ ଯାତ୍ରା’ କିଛି ମାତ୍ରାରେ ‘ଷ୍ଟାର୍‌ ପାୱାର୍‌’ ସମର୍ଥନ ପାଉଛି। ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ତଥା ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ଅନ୍ୟତମ କାର୍ଯ୍ୟକାରୀ ସଭାପତି ମହମ୍ମଦ ଆଝାରୁଦ୍ଦିନ୍‌ ମଧ୍ୟ ଏହି ଯାତ୍ରାରେ ଯୋଗ ଦେଇଥିଲେ। ଦକ୍ଷିଣ ଅଭିନେତ୍ରୀ ପୂନମ୍‌ କ‌ୌର୍‌ ମଧ୍ୟ ଏଥିରେ ଯୋଗ ଦେଇ ରାହୁଲ୍‌ ଗାନ୍ଧୀଙ୍କ ସହିତ ଚାଲିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe