ମରିଗଲେ ଦୁଃଖ କରୁଥିବା ଲୋକ ବଞ୍ଚିଥିବା ବେଳେ ତୁମ ଖୁସି ଦେଖି ପାରନ୍ତିନି: ଆକାଂକ୍ଷାଙ୍କ ମୃତ୍ୟୁକୁ ନେଇ ପୁନମଙ୍କ ପ୍ରତିକ୍ରିୟା

Advertisment
ମରିଗଲେ ଦୁଃଖ କରୁଥିବା ଲୋକ ବଞ୍ଚିଥିବା ବେଳେ ତୁମ ଖୁସି ଦେଖି ପାରନ୍ତିନି: ଆକାଂକ୍ଷାଙ୍କ ମୃତ୍ୟୁକୁ ନେଇ ପୁନମଙ୍କ ପ୍ରତିକ୍ରିୟା

ମୁମ୍ବାଇ: ଚର୍ଚ୍ଚିତ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ବାରାଣସୀର ଏକ ହୋଟେଲରେ ଫାଶୀ ଲଗାଇ ଜୀବନ ହାରିଥିଲେ। ରବିବାର ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ପ୍ରଥମେ ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲା। ହେଲେ ଏବେ ଆକାଂକ୍ଷାଙ୍କ ମା’ ବାରାଣସୀରେ ପହଞ୍ଚିବା ପରେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା କହିଛନ୍ତି। ଏମଧ୍ୟରେ ଭୋଜପୁରୀ ଅଭିନେତ୍ରୀ ପୁନମ ଦୁବେ ଆକାଂକ୍ଷାଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ତୁମେ ବଞ୍ଚିଛ, କେହି ତୁମକୁ ଖୁସି ଦେଖି ପାରିବେ ନାହିଁ। ତୁମକୁ ଆଗକୁ ବଢ଼ୁଥିବା ଦେଖି ପାରିବେ ନାହିଁ। ତୁମେ କାହିଁକି ଖୁସିରେ ଅଛ? ତୁମେ କାହିଁକି ଆଗରେ ଅଛ? ତୁମେ ତାଙ୍କ ସହିତ କାହିଁକି ଅଛ? ତୁମେ କେଉଁଠି ଅଛ? ସମସ୍ତେ ପଚାରନ୍ତି। କିନ୍ତୁ ତୁମେ କେମିତି ଅଛ? ତୁମ ଜୀବନରେ କ’ଣ ସମସ୍ୟା ରହିଛି? କେହି ଜାଣିବାକୁ ଚାହାଁନ୍ତି ନାହିଁ। ଆଉ ଯଦି କେହି ତୁମ ସହ ସାଙ୍ଗ ହେବାର ଅଭିନୟ କରି ତୁମ ଜୀବନ ବିଷୟରେ ଜାଣିଗଲା, ପରଦିନ ଏହା ଚର୍ଚ୍ଚାର ବିଷୟ ପାଲଟି ଯାଇଥିବ। ଚା’ ଓ ପକୁଡି ସହ ତୁମ ବିଷୟରେ ହିଁ ଲୋକେ ଆଲୋଚନା କରୁଥି‌‌ବେ। ଏ ଇଣ୍ଡଷ୍ଟ୍ରିରେ କେହି ତୁମ ବନ୍ଧୁ କିମ୍ବା ପ୍ରେମ ନୁହନ୍ତି। ସବୁକିଛି ମିଛ। ତୁମେ ଏହି ଦୁନିଆ ଛାଡିବା ପରେ ସମସ୍ତେ ଚିନ୍ତିତ ହୋଇପଡ଼ି କୁହନ୍ତି, ମୋତେ ତାଙ୍କ ସହ କଥା ହେବାର ଥିଲା। ସେ ସବୁ ମିଛ। ଏ ଦୁନିଆରେ ସବୁ ନକଲି, କେବଳ ମାତପିତାଙ୍କ ଭଲପାଇବା ହିଁ ଅସଲି। ମୁଁ କେବଳ ଏତିକି କହିବେ ଯେ, ଆତ୍ମହତ୍ୟା ଭଳି ପଦକ୍ଷେପ ନେବା ପୂର୍ବରୁ ଜଣକୁ ନିଜ ମାତପିତାଙ୍କ ବିଷୟରେ ଭାବିବା ଉଚିତ୍। ଆତ୍ମହତ୍ୟା କୌଣସି ଜିନିଷର ସମାଧାନ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe