ଶରୀରରେ ସୁନା ସାଉଁଣି କରି ରଖିଥିଲେ ରାଣ୍ୟା

ସୁନାକୁ ରାଣ୍ୟା ତାଙ୍କ ପେଟ, ଜଙ୍ଘ ଓ ଅଣ୍ଟାରେ ଟ୍ୟାପ ଲଗାଇ ଖଞ୍ଜି ରଖିଥିଲେ। ଏଥିସହିତ ଏମିତି ଏକ ସ୍ବତନ୍ତ୍ର ଜ୍ୟାକେଟ ପିନ୍ଧିଥିଲେ। ଯାହା ଭିତରେ ସେ ସୁନାକୁ ଲୁଚାଇ ରଖିଥିଲେ। ଯାହାକି ସହଜରେ ଜଣାପଡ଼ିବ ନାହିଁ।

yuyu

ବେଙ୍ଗାଲୁରୁ: ସୁନା ଚାଲାଣ କରୁଥିବା ମାମଲାରେ କନ୍ନଡ ଅଭିନେତ୍ରୀ ରାଣ୍ୟା ରାଓଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। 

ଗିରଫ ରାଣ୍ୟାଙ୍କଠାରୁ ୧୪.୮ କିଲୋଗ୍ରାମ ସୁନା ଜବତ କରାଯାଇଛି। ଯାହାର ମୂଲ୍ୟ ୧୨କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। ଏସବୁ ସୁନାକୁ ରାଣ୍ୟା ତାଙ୍କ ପେଟ, ଜଙ୍ଘ ଓ ଅଣ୍ଟାରେ ଟ୍ୟାପ ଲଗାଇ ଖଞ୍ଜି ରଖିଥିଲେ। ଏଥିସହିତ ଏମିତି ଏକ ସ୍ବତନ୍ତ୍ର ଜ୍ୟାକେଟ ପିନ୍ଧିଥିଲେ। ଯାହା ଭିତରେ ସେ ସୁନାକୁ ଲୁଚାଇ ରଖିଥିଲେ। ଯାହାକି ସହଜରେ ଜଣାପଡ଼ିବ ନାହିଁ।

ପ୍ରାପ୍ତ ସୂଚନା ଅନୁଯାୟୀ ସେ ଗତବର୍ଷ  ୩୦ଥର ଦୁବାଇ ଯାତ୍ରା କରିଛନ୍ତି।  ପ୍ରତି ଯାତ୍ରାରେ ସେ କିଲୋ ଉପରେ ସୁନା ନେଇ ଆସିଥାଆନ୍ତି। ସୁନା ଚାଲାଣ ପାଇଁ ସେ ପ୍ରତି କିଲୋ ସୁନା ପିଛା ୧ଲକ୍ଷ ଟଙ୍କା ନେଇ ଥାଆନ୍ତି। ଅର୍ଥାତ ପ୍ରତି ଯାତ୍ରାରେ ସେ ୧୨ରୁ ୧୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାଆନ୍ତି। ସୁନା ଚାଲାଣ ପାଇଁ ରାଣ୍ୟା ବିଶେଷ ଭାବେ ମଡିଫାଇଡ ଜ୍ୟାକେଟ ଓ ରିଷ୍ଟ ବେଲ୍ଟ ପିନ୍ଧିଥାଆନ୍ତି। 

ବେଙ୍ଗାଲୁରୁ ବିମାନବନ୍ଦରରୁ ରାଣ୍ୟାକୁ ଗିରଫ କରିବା ସମୟରେ କନଷ୍ଟେବଳ ବସବରାଜ ହସ୍ତକ୍ଷେପ କରିଥିଲେ। ଯାଞ୍ଚ ଅଧିକାରୀମାନଙ୍କୁ କହିଥିଲେ, ‘ଆପଣମାନେ ଜାଣିଛନ୍ତି ଇଏ କିଏ? ଇଏ ହେଉଛନ୍ତି ଡିଜିପି ରାମଚନ୍ଦ୍ର ରାଓଙ୍କ ଝିଅ।’ ଏହି ହସ୍ତକ୍ଷେପ ପାଇଁ ରାଣ୍ୟାଙ୍କ ସୁନା ଚାଲାଣ ମାମଲାରେ ସାମିଲ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଇ କନଷ୍ଟେବଳଙ୍କୁ ହେପାଜତକୁ ନେଇ ପଚରାଉଚରା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe