ନୂଆଦିଲ୍ଲୀ: ଲୋକପ୍ରିୟ ଚଳଚ୍ଚିତ୍ର ତଥା ଟିଭି ଅଭିନେତ୍ରୀ ରୀତା ଭାଦୁଡ଼ିଙ୍କର ଆଜି ପରଲୋକ ହୋଇଯାଇଛି। କିଡ୍ନି ସଂକ୍ରମଣଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ରାଜା, ଜୁଲି, ବେଟା, ଦିଲ୍ ଭିଲ୍ ପ୍ୟାର୍ ଭ୍ୟାର୍ ଆଦି ୭୦ରୁ ଊର୍ଧ୍ୱ ହିନ୍ଦୀ ଚଳଚ୍ଚିତ୍ର ଏବଂ ସରାଭାଇ ଭର୍ସେସ୍ ସରାଭାଇ, ଛୋଟୀ ବୋହୂ, କୁମ୍କୁମ୍, ଖିଚ୍ଡି ଭଳି ଟିଭି ଧାରାବାହିକରେ ଅଭିନୟ କରି ସେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। ଶେଷଥର ପାଇଁ ତାଙ୍କୁ ଷ୍ଟାର୍ ଭାରତ୍ ଟିଭି ଧାରାବାହିକ ‘ନିମ୍କି ମୁଖିଆ’ରେ ଦେଖିବାକୁ ମିଳିଥିଲା। ସୂଚନା ମୁତାବକ ଆଜି ପୂର୍ବାହ୍ନ ୧୨ଟା ବେଳେ ଅନ୍ଧେରୀ ଇଷ୍ଟ ଅନ୍ତର୍ଗତ ପାର୍ସି ଓ୍ଵାଡ଼ା ରୋଡ୍ ନିକଟସ୍ଥ କି୍ରମେସନ୍ ଗ୍ରାଉଣ୍ଡ୍ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us