Actress Sulachana: ଅଭିନେତ୍ରୀ ସୁଲକ୍ଷଣା ପଣ୍ଡିତଙ୍କ ପରଲୋକ

ହିନ୍ଦୀ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତ୍ରୀ ତଥା ଗାୟିକା ସୁଲକ୍ଷଣା ପଣ୍ଡିତଙ୍କର ୭୧ ବର୍ଷ ବୟସରେ ଗୁରୁବାର ପରଲୋକ ଘଟିଛି। ସେ ବହୁ ଦିନ ହେଲା  ଅସୁସ୍ଥ ଥିଲେ। ନାନାବତୀ ହସ୍ପିଟାଲରେ....

ଅଦ୍ୟତନ ହୋଇଛି
Untitled-7

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତ୍ରୀ ତଥା ଗାୟିକା ସୁଲକ୍ଷଣା ପଣ୍ଡିତଙ୍କର ୭୧ ବର୍ଷ ବୟସରେ ଗୁରୁବାର ପରଲୋକ ଘଟିଛି। ସେ ବହୁ ଦିନ ହେଲା  ଅସୁସ୍ଥ ଥିଲେ। ନାନାବତୀ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ଖବର ଆସିବା ପରେ ସାମାଜିକ ଗଣମାଧ୍ୟମରେ ପ୍ରଶଂସକ ଶୋକବ୍ୟକ୍ତ କରିଛନ୍ତି। ୧୯୫୪ ମସିହାରେ ସୁଲକ୍ଷଣା ଏକ ସଙ୍ଗୀତଜ୍ଞ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଦାଦା ଥିଲେ ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଯଶରାଜ। ତାଙ୍କର ତିନି ଭଉଣୀ ଓ  ତିନି ଭାଇଙ୍କ ମଧ୍ୟରେ ଯତୀନ-ଲଲିତ ବଲିଉଡର ଗୀତିକାର ଭା‌ବେ ଖ୍ୟାତି ଅର୍ଜନ କରିଥିଲେ। ୧୯୬୭ ମସିହାରେ ପ୍ରଚ୍ଛଦପଟ ଗାୟିକା ଭା‌ବେ ବଲିଉଡରେ ସୁଲକ୍ଷଣା ପାଦ ରଖିଥିଲେ। ୧୯୭୫ ମସିହାରେ ତାଙ୍କୁ ‘ସଂକଳ୍ପ’ ଚଳଚ୍ଚିତ୍ରରେ ‘ତୁ ହି ସାଗର ହେ..’ ଗୀତ ପାଇଁ ଫିଲ୍ମଫେୟାର ପୁରସ୍କାର ମିଳିଥିଲା‌। ୧୯୭୦-୮୦ ଦଶକରେ ସେ ଅଭିନୟ କ୍ଷେତ୍ରରେ ପାଦ ଥାପି ଥିଲେ। ‘ଉଲଝନ୍’, ‘ସଙ୍କୋଚ’, ‘ହେରାଫେରି’, ‘ଖାନଦାନ’ ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ। ଅଭିନେତା ସଞ୍ଜିବ କୁମାରଙ୍କୁ ସେ ପସନ୍ଦ କରୁଥିଲେ ଏବଂ ବିବାହ ପ୍ରସ୍ତାବ ଦେଇଥିବା କୁହାଯାଏ। କିନ୍ତୁ ସଞ୍ଜିବ ତାଙ୍କ ପ୍ରସ୍ତାବ ସ୍ବୀକାର କରିନଥିଲେ। ଏହାପରେ ସେ କାହାକୁ ବିବାହ ନ କରିବାକୁ ସ୍ଥିର କରିଥିଲେ। ୧୯୮୫ ନଭେମ୍ବର ୬ରେ ସଞ୍ଜିବ କୁମାରଙ୍କ ପରଲୋକ ପରେ ସେ ଅବସାଦଗ୍ରସ୍ତ ହୋଇପଡ଼ିଥିଲେ ଏବଂ ଫିଲ୍ମ ଦୁନିଆ ଛାଡ଼ି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe