ଅଡାଲଜ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା: ଛେରାପହଁରା କଲେ ଗୁଜରାଟ ମୁଖ୍ୟମନ୍ତ୍ରୀ

Advertisment

ସାମିଲ୍‌ ହେଲେ ୨୦ ହଜାର ଭକ୍ତ

ସାମିଲ୍‌ ହେଲେ ୨୦ ହଜାର ଭକ୍ତ

ଅଡାଲଜ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା: ଛେରାପହଁରା କଲେ ଗୁଜରାଟ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅବସ୍ଥିତ ଅଡାଲଜଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ ହୋଇଯାଇଛି। ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଛେରାପହଁରା କରିଛନ୍ତି। ମନ୍ଦିରର ପରିଚାଳନା ଦାୟିତ୍ବ‌ରେ ଥିବା ଶ୍ରୀ ଜଗନ୍ନାଥ ସାଂସ୍କୃତିକ ଏକାଡେମୀ ଓ ଅନୁସନ୍ଧାନ କେନ୍ଦ୍ର (ଜେ.ସି.ଏ. ଆର.ସି) ତରଫରୁ ଓଜେସିଏଆର୍‌ସିର ଅଧ୍ୟକ୍ଷ ଡ. ସୁଦୀପ କୁମାର ନନ୍ଦଙ୍କର ତତ୍ତ୍ୱାବଧାନରେ ରଥଯାତ୍ରା ସମ୍ପନ୍ନ ହୋଇଥିଲା। ଦିନ ୯ଟା ୧୫ ମିନିଟ୍‌ ସମୟରେ ଛେରାପହଁରା ହୋଇଥିଲା। ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ପଟେଲ ଛେରାପହଁରା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ମନ୍ତ୍ରୀ ରାଘବଜୀଭାଇ ହଂସରାଜଭାଇ ପଟେଲ ଓ ରାଜ୍ୟସଭା ସଦସ୍ୟ ନରହରି ଅମିନ ଯୋଗଦେଇଥିଲେ।

ବିଶ୍ୱ ବ୍ରାହ୍ମଣ ସଂଗଠନର ସଭାପତି ଶଶୀକାନ୍ତ ତିୱାରୀ, ମହାସଚିବ ଦୀପକ ଯୋଶୀ ଏବଂ ମା’ ଅନ୍ନପୂର୍ଣ୍ଣା ଟ୍ରଷ୍ଟର ପରିଚଳନା କମିଟି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅଧ୍ୟକ୍ଷ ଡ. ନନ୍ଦଙ୍କ ସହିତ ଓଡ଼ିଶା ସଂଘର ସଭାପତି ହରେକୃଷ୍ଣ ଦାଶ ଓ ସାଧାରଣ ସମ୍ପାଦକ ଡ. ବଦ୍ରି ମହାପାତ୍ର , ମନ୍ଦିର କମିଟିର ଅଧ୍ୟକ୍ଷା ଲୀଳା ଦାଶ, ମହେଶ୍ୱର ସାହୁ, ଡ. ନିବେଦିତା ସାହୁ, ବାଞ୍ଝାନିଧି ପାଣି, ରବି ପଣ୍ଡା, ଅଶୋକ ସାମଲ, ସତ୍ୟ ମିଶ୍ର, ନାରାୟଣ ସ୍ୱାଇଁ, ଅଜୟ ଦାସ , ମହେନ୍ଦ୍ର ଦାସ, ରାଜେଶ ସାମଲ, ଦିଲ୍ଲୀପ ଜେନା, ରୋହିତ ନାୟକ, ନିଗମାନନ୍ଦ ଦାସ, ଦିଲ୍ଲୀପ ବଳ, ସନ୍ଧ୍ୟା ପଣ୍ଡା ଓ ଗଣେଶ ସାବତ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe