ଇସ୍ରାଏଲର ହାଇଫା ବନ୍ଦରକୁ ଅଧିଗ୍ରହଣ କଲା ଅଦାନୀ ଗ୍ରୁପ

Advertisment
ଇସ୍ରାଏଲର ହାଇଫା ବନ୍ଦରକୁ ଅଧିଗ୍ରହଣ କଲା ଅଦାନୀ ଗ୍ରୁପ

ମୁମ୍ବାଇ : ଭାରତର ଅଦାନୀ ଗ୍ରୁପ ଇସ୍ରାଇଲର ହାଇଫା ବନ୍ଦରର ଅଧିଗ୍ରହଣ କରିଛି । ଗତ ବର୍ଷ ଜୁଲାଇରେ ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ (ଏପିଏସ୍ ଇଜେଡ୍ ) ଏବଂ ଇସ୍ରାଏଲର ଗାଡୋଟ୍ ଗ୍ରୁପ୍ ର ଏକ କନସୋର୍ଟିୟମ୍ ଇସ୍ରାଏଲର ହାଇଫା ବନ୍ଦରକୁ ୧.୧୮ ବିଲିୟନ ଡଲାରରେ ଅଧିଗ୍ରହଣ କରିବାକୁ ବିଡ୍ କରିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚୀନ ମଧ୍ୟ ଏହି ବନ୍ଦର ଅଧିଗ୍ରହଣ ପାଇଁ ଉଦ୍ୟମ କରୁଥିଲା ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଅଦାନୀ ଗ୍ରୁପ୍ ସହିତ ହାଇଫା ବନ୍ଦର ଚୁକ୍ତିକୁ ଏକ "ବଡ ମାଇଲଖୁଣ୍ଟ" ବୋଲି ବର୍ଣ୍ଣନା କରିଛନ୍ତି। ଗୌତମ ଆଦାନୀଙ୍କ ସହ ହାଇଫା ବନ୍ଦର ଚୁକ୍ତି ପରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଥିଲେ ଯେ ଏହା ଦୁଇ ଦେଶ ମଧ୍ୟରେ ଯୋଗାଯୋଗକୁ ଅନେକ ଉପାୟରେ ଉନ୍ନତ କରିବ । ପର୍ଯ୍ୟଟକ କ୍ରୁଜ୍ ଜାହାଜ ଦୃଷ୍ଟିରୁ ହାଇଫା ବନ୍ଦର ହେଉଛି ଇସ୍ରାଏଲର ଦ୍ୱିତୀୟ ବୃହତ୍ତମ ଜାହାଜ ଏବଂ ପର୍ଯ୍ୟଟନ କ୍ରୁଜ୍ ଜାହାଜ ଦୃଷ୍ଟିରୁ ସର୍ବବୃହତ ବନ୍ଦର ।

ଏହି ବୈଠକ ପରେ ଗୌତମ ଅଦାନୀ ଟ୍ୱିଟ୍ କରି କହିଛନ୍ତି- 'ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟିବାର ସୌଭାଗ୍ୟ ମୋତେ ମିଳିଛି। ସେ କହିଛନ୍ତି ଯେ ଅଦାନୀ ଗାଡୋଟ୍ ହାଇଫା ବନ୍ଦରକୁ ଏକ ସ୍ଥାୟୀ ଲ୍ୟାଣ୍ଡମାର୍କରେ ପରିଣତ କରିବାକୁ ଯାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe