ଢାକା : ଆସନ୍ତା ଫେବୃଆରୀ ୧୨ ତାରିଖରେ ବାଂଲାଦେଶର ସାଧାରଣ ନିର୍ବାଚନ। ଏହି ନିର୍ବାଚନ ପୂର୍ବରୁ ବାଂଲାଦେଶକୁ ବଡ଼ ଝଟକା ଲାଗିଛି। ଆଦାନୀ ଗ୍ରୁପ୍ ବାଂଲାଦେଶର ବିଦ୍ୟୁତ ବିକାଶ ବୋର୍ଡ (ପିଡିବି)କୁ ଏକ ଚିଠି ଲେଖି ବକେୟା ବିଲ୍ ପୈଠ କରିବାକୁ ଦାବି କରିଛି। ଏହାସହ ଆଦାନୀ ଗ୍ରୁପ୍ ଚେତାବନୀ ଦେଇଛି ଯେ ଯଦି ବକେୟା ପୈଠ ନ କରାଯାଏ, ତେବେ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇପାରେ।

Advertisment

ବକେୟା ବିଲ୍ ପ୍ରଦାନ ନେଇ ‘ପିଡିବି’ ଅଧ୍ୟକ୍ଷଙ୍କୁ ଚିଠି 

ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୯ ତାରିଖରେ, ଆଦାନୀ ପାୱାର ଲିମିଟେଡର ଉପାଧ୍ୟକ୍ଷ ଅଭିନାଶ ଅନୁରାଗ ବକେୟା ବିଲ୍ ପ୍ରଦାନ ସମ୍ପର୍କରେ ‘ପିଡିବି’ ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖିଥିଲେ। ସେହି ଚିଠିରେ ଉଲ୍ଲେଖ କରାଯାଇଛି ଯେ ବିଦ୍ୟୁତ୍ କେନ୍ଦ୍ରର ନିୟମିତ କାର୍ଯ୍ୟକ୍ଷମତା ଜାରି ରଖିବା ପାଇଁ ତୁରନ୍ତ ୧୧୨.୭ ମିଲିୟନ୍ ଡଲାର (ପ୍ରାୟ ୧,୦୦୦ କୋଟି) ପୈଠ କରିବା ଆବଶ୍ୟକ। ଏହି ମୋଟ ପରିମାଣରେ ଗତ ବର୍ଷ ଜୁନ୍ ମାସର ୫୩.୨ ମିଲିୟନ୍ ଡଲାର, ଅକ୍ଟୋବର ମାସର ବିଦ୍ୟୁତ୍ ଯୋଗାଣ ପାଇଁ ୫୯.୬ ମିଲିୟନ୍ ଡଲାର ବକେୟା ମଧ୍ୟ ଅନ୍ତର୍ଭୁକ୍ତ। ବାରମ୍ବାର ଅନୁରୋଧ ସତ୍ତ୍ୱେ, ବାଂଲାଦେଶ ବିଦ୍ୟୁତ୍ ବୋର୍ଡ ଏହି ବକେୟା ପ୍ରଦାନ କରିବାରେ ବିଫଳ ହୋଇଛି। ତେଣୁ ଶୀଘ୍ର ବକେୟା ପୈଠ ନକଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ବାଂଲାଦେଶକୁ ଚେତାବନୀ ଦେଇଛି ଆଦାନୀ ଗ୍ରୁପ୍।

ଆହୁରି ପଢ଼ନ୍ତୁ: Israel Airstrike: ଅସ୍ତ୍ରବିରତି ମଧ୍ୟରେ ଗାଜାରେ ଇସ୍ରାଏଲର ବିମାନ ଆକ୍ରମଣ: ୩ ମୃତ, ରାଫାରେ ବଢ଼ିଲା ଉତ୍ତେଜନା