ସେରମ୍ ଇନଷ୍ଟିଚ୍ୟୁଟ ଅଗ୍ନିକାଣ୍ଡ ଘଟଣା: ୧୦୦୦ କୋଟି ଟଙ୍କା କ୍ଷତି ହୋଇଛି ବୋଲି କହିଲେ ସିଇଓ ପୁନାୱାଲା

Advertisment
ସେରମ୍ ଇନଷ୍ଟିଚ୍ୟୁଟ ଅଗ୍ନିକାଣ୍ଡ ଘଟଣା: ୧୦୦୦ କୋଟି ଟଙ୍କା କ୍ଷତି ହୋଇଛି ବୋଲି କହିଲେ ସିଇଓ  ପୁନାୱାଲା

ପୁଣେ : ସେରମ୍ ଇନଷ୍ଟିଚ୍ୟୁଟରେ ହୋଇଥିବା ଅଗ୍ନିକାଣ୍ଡ ଫଳରେ ୧୦୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି ବୋଲି କହିଛନ୍ତି କମ୍ପାନିର ସିଇଓ ଅଦର ପୁନାୱାଲା। ଆଜି ଏକ ସାମ୍ବାଦିକ ସମ୍ମିଳନରେ ପୁନାୱାଲା ପ୍ରକାଶ କରିଛନ୍ତି କି ଅଧିକ ସଂଖ୍ୟକ ଟିକା ପ୍ରସ୍ତୁତି ଲାଗି ସେରମ୍ ଇନଷ୍ଟିଚ୍ୟୁଟର ନୂତନ ୟୁନିଟ୍ ନିର୍ମାଣ ‌ହେଉଥିଲା। ଅଗ୍ନିକାଣ୍ଡରେ ଏହି ନୂଆ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି। ଫଳରେ ତାଙ୍କ କମ୍ପାନି ୧୦୦୦ କୋଟି ଟଙ୍କାର ଆର୍ଥିକ କ୍ଷତି ସହିଛି। ଏଥିସହ ଅଧିକ ସଂଖ୍ୟକ କରୋନା ଟିକା ପ୍ରସ୍ତୁତି ମଧ୍ୟ ପ୍ରଭାବିତ ହୋଇଛି। ଏଥିସହ ସେ କହିଛନ୍ତି ଯେ, ନିଆଁ ଲାଗିଥିବା ଯୋଗୁଁ କମ୍ପାନିକୁ ଆର୍ଥିକ କ୍ଷତି ହୋଇଥିଲେ ମଧ୍ୟ କୋଭିସିଲ୍ଡ ଟିକା ଉତ୍ପାଦନରେ ଏହାର କୌଣସି ପ୍ରଭାବ ପଡ଼ିବନି ।

ଗୁରୁବାର ଦିନ ଟିକା ପ୍ରସ୍ତୁତ କରୁଥିବା ପୁଣେର ସିରମ ଇନଷ୍ଟିଚ୍ୟୁଟର ନୂଆ ପ୍ଲାଂଟରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣାରେ ଇନଷ୍ଟିଚ୍ୟୁଟର ୫ ଜଣ କର୍ମଚାରୀ ପ୍ରାଣ ହରାଇଥିଲେ । ପ୍ଲାଂଟ ଭିତରେ ଏମାନେ ନିର୍ମାଣଧୀନ ଅଟ୍ଟାଳିକାରେ କାମ କରୁଥିଲେ । ଦୁର୍ଘଟଣାସ୍ଥଳରୁ  ୭ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।

ଇନଷ୍ଟିଚ୍ୟୁଟର ନୂଆ ପ୍ଲାଣ୍ଟରେ ଗୁରୁବାର ଦିନ ପ୍ରାୟ ୨ଟା ୩୦ରେ ନିଆଁ ଲାଗିଥିଲା । ତେବେ ଟିକା ପ୍ରସ୍ତୁତ ହେଉଥିବା ପ୍ଲାଂଟରେ ଠାରୁ ଦେଢ କିଲୋମିଟର  ଦୂରରେ ଥିବା ନୂଆ ପ୍ଲାଂଟରେ  ନିଆଁ ଲାଗିଥିଲା । ପ୍ରାୟ ୩ ଶହ କୋଟି ଟଙ୍କାରେ ସେରମର ଏହି ନୂଆ ପ୍ଲାଂଟ ନିର୍ମାଣ  ହୋଇଥିଲା । ଏଠାରୁ  ଟିକା ଉତ୍ପାଦନ କରାଯିବାର ଲକ୍ଷ୍ୟ ଥିଲା । ଗତବର୍ଷ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ପ୍ଲାଂଟକୁ ଉଦଘାଟନ କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏଠାରୁ ଉତ୍ପାଦନ ଆରମ୍ଭ ହୋଇ ନଥିଲା । ପାଞ୍ଚ ମହଲା ବିଶିଷ୍ଟ ଏହି ପ୍ଲାଂଟରୁ ଅଳ୍ପଦିନ ମଧ୍ୟରେ ଟିକା ଉତ୍ପାଦନ ହେବାର ଥିଲା ।  ଅଗ୍ନିକାଣ୍ଡର  ତଦନ୍ତ ପାଇଁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe