ଶକ୍ତି କ୍ଷେତ୍ରରେ ସଂସ୍କାର ପାଇଁ ଅତିରିକ୍ତ ଉଧାର, ଓଡ଼ିଶା ସ‌ମେତ ୯ ରାଜ୍ୟର ପ୍ରସ୍ତାବକୁ ତର୍ଜମା

ପ୍ରକାଶ ପାଇଲା ନୂଆ ବିଦ୍ୟୁତ୍ ଟାରିଫ୍ ଅଧିନିୟମ ବିଜ୍ଞପ୍ତି: ଏଣିକି ବହୁବର୍ଷୀୟ ଟାରିଫ୍ ବ୍ୟବସ୍ଥା

ନୂଆଦିଲ୍ଲୀ : ଶକ୍ତି କ୍ଷେତ୍ରରେ ସଂସ୍କାରମୂଳକ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସମେତ ଆସାମ, ଗୋଆ, କେରଳ, ମଣିପୁର, ମେଘାଳୟ, ସିକିମ, ତାମିଲନାଡୁ ଏବଂ ଉତ୍ତର ପ୍ରଦେଶର ଅତିରିକ୍ତ ଉଧାର ସଂପର୍କିତ ପ୍ରସ୍ତାବକୁ ତର୍ଜମା କରୁଛି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ପକ୍ଷରୁ ଆଜି ଏହା କୁହାଯାଇଛି।

ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଶକ୍ତି ମନ୍ତ୍ରାଳୟଙ୍କ ସୁପାରିସ ଅନୁସାରେ ଯୋଗ୍ୟ ରାଜ୍ୟମାନଙ୍କୁ ଅତିରିକ୍ତ ଉଧାର ଅନୁମତି ପ୍ରଦାନ କରାଯିବ। ଶକ୍ତି ମନ୍ତ୍ରାଳୟ ରାଜ୍ୟମାନଙ୍କ ପ୍ରଦର୍ଶନକୁ ଆକଳନ କରିବା ସହିତ ରାଜ୍ୟମାନଙ୍କୁ ଅତିରିକ୍ତ ଉଧାର ଅନୁମତି ପ୍ରଦାନ କରିବାର ଯୋଗ୍ୟତା ଧାର୍ଯ୍ୟ କରିଥାଏ। ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ପକ୍ଷରୁ ଆଜି ଶକ୍ତି ‌କ୍ଷେତ୍ରରେ ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନେଇଥିବା ରାଜସ୍ଥାନ ଓ ଆନ୍ଧ୍ର ପ୍ରଦେଶକୁ ୭୩୦୯ କୋଟି ଟଙ୍କାର ଅତିରିକ୍ତ ଉଧାର ପାଇଁ ଅନୁମତି ପ୍ରଦାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe