ଲୋକସଭାରେ ଓଡ଼ିଆ, ସାନ୍ତାଳୀ ଭାଷାରେ ଅତିରିକ୍ତ ପ୍ରଶ୍ନ

Advertisment
ଲୋକସଭାରେ ଓଡ଼ିଆ, ସାନ୍ତାଳୀ ଭାଷାରେ ଅତିରିକ୍ତ ପ୍ରଶ୍ନ

ନୂଆଦିଲ୍ଲୀ : ଲୋକସଭାରେ ଓଡ଼ିଆ ଓ ସାନ୍ତାଳୀ ଭାଷାରେ ସାଂସଦମାନେ ଅତିରିକ୍ତ ପ୍ରଶ୍ନ ପଚାରିପାରିବେ।

ଲୋକସଭା ବୁଲେଟିନ୍‌ରେ ପ୍ରଦତ୍ତ ସୂଚନା ଅନୁଯାୟୀ, ତାରକା ପ୍ରଶ୍ନ ପଚାରିବା ପାଇଁ ଯେଉଁ ସାଂସଦମାନଙ୍କ ନାମ ରହିଥିବ, ସେହିମାନେ ଓଡ଼ିଆ ଭାଷାରେ ଅତିରିକ୍ତ ପ୍ରଶ୍ନ ପଚାରି ପାରିବେ। ଏଥିପାଇଁ ପୂର୍ବଦିନ ସଂଧ୍ୟା ୬ଟା ପୂର୍ବରୁ ଲୋକସଭା ସଚିବାଳୟକୁ ଲିଖିତ ଭାବେ ଜଣାଇବେ। ସେହିପରି, ସାନ୍ତାଳୀ ଭାଷାରେ ଅତିରିକ୍ତ ପ୍ରଶ୍ନ ପଚାରିବାକୁ ହେଲେ ୨୪ ଘଣ୍ଟା ପୂର୍ବରୁ ଜଣାଇବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତଦଶ ଲୋକସଭାରେ ଏକାଧିକ ସାଂସଦ ଓଡ଼ିଆ ଭାଷାରେ ବିତର୍କରେ ଅଂଶଗ୍ରହଣ କରିଥିଲେ। କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ସାନ୍ତାଳୀ ଭାଷାରେ ଆଲୋଚନାରେ ଭାଗ ନେବାର ନଜିର୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe