ପଶ୍ଚିମବଙ୍ଗରେ ଅତିରିକ୍ତ ଶିକ୍ଷକ ନିଯୁକ୍ତି ମାମଲା: ସିବିଆଇ ତଦନ୍ତ ବାତିଲ କଲେ ସୁପ୍ରିମ୍‌କୋର୍ଟ

Advertisment

ମମତା ବାନାର୍ଜୀ ସରକାରଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ସୁପ୍ରିମ୍‌କୋର୍ଟ ୨୦୨୨ରେ ସୁପରନ୍ୟୁମେରାରୀ (ଅତିରିକ୍ତ) ପଦବି ସୃଷ୍ଟିର ସିବିଆଇ ତଦନ୍ତ ପାଇଁ କଲିକତା ହାଇକୋର୍ଟ ଦେଇଥିବା ଆଦେଶକୁ ରଦ୍ଦ କରିଛନ୍ତି।

ମମତା ବାନାର୍ଜୀ ସରକାରଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ସୁପ୍ରିମ୍‌କୋର୍ଟ ୨୦୨୨ରେ ସୁପରନ୍ୟୁମେରାରୀ (ଅତିରିକ୍ତ) ପଦବି ସୃଷ୍ଟିର ସିବିଆଇ ତଦନ୍ତ ପାଇଁ କଲିକତା ହାଇକୋର୍ଟ ଦେଇଥିବା ଆଦେଶକୁ ରଦ୍ଦ କରିଛନ୍ତି।

Supreme Court slams Assam government for not deporting foreign nationals

Supreme Court slams Assam government for not deporting foreign nationals

କୋଲକାତା: ମମତା ବାନାର୍ଜୀ ସରକାରଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ସୁପ୍ରିମ୍‌କୋର୍ଟ ୨୦୨୨ରେ ସୁପରନ୍ୟୁମେରାରୀ (ଅତିରିକ୍ତ) ପଦବି ସୃଷ୍ଟିର ସିବିଆଇ ତଦନ୍ତ ପାଇଁ କଲିକତା ହାଇକୋର୍ଟ ଦେଇଥିବା ଆଦେଶକୁ ରଦ୍ଦ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ନ୍ୟାୟିକ ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ କାରଣ ପଶ୍ଚିମବଙ୍ଗ ଶିକ୍ଷା ବିଭାଗ ଆବଶ୍ୟକ ପରାମର୍ଶ ପରେ ଏବଂ ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ଉକ୍ତ ଅତିରିକ୍ତ ପଦବି ସୃଷ୍ଟି କରିଥିଲା। ତେବେ ପୂର୍ବରୁ ଏହି ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଅତିରିକ୍ତ ପଦବି ସୃଷ୍ଟି ଆଇନଗତ ନୁହେଁ ବୋଲି ଖଣ୍ଡପୀଠ ରାୟ ଦେଇ ଏହାର ସିବିଆଇ ତଦନ୍ତ ପାଇଁ ଆଦେଶ ଦେଇଥିଲେ।

କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଖାରଜ

ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ସୁପ୍ରିମ୍‌କୋର୍ଟ ସ୍ଥଗିତ ରଖିବା ପରେ ଶେଷରେ ଆଜି ଏହି ନିର୍ଦ୍ଦେଶନାମାକୁ ଖାରଜ କରି ହାଇକୋର୍ଟଙ୍କ ତଦନ୍ତ ନିର୍ଦ୍ଦେଶ ଯୁକ୍ତିଯୁକ୍ତ ନ ଥିଲା ବୋଲି କହିଛନ୍ତି। ତେବେ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ଏହି ଆଦେଶ କେବଳ ଅତିରିକ୍ତ ପଦବି ସୃଷ୍ଟିର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରିବାରେ ସୀମିତ ରହିଛି। ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ମମତାଙ୍କ ଘନିଷ୍ଠ ସହଯୋଗୀ ପାର୍ଥ ଚାଟାର୍ଜୀଙ୍କୁ ଜେଲ୍‌ରେ ରଖାଯାଇଥିବା ଏହି ମାମଲାରେ ତଦନ୍ତର ଅନ୍ୟାନ୍ୟ ଦିଗ କିମ୍ବା ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍ ଉପରେ ଏହାର ରାୟ କୌଣସି ପ୍ରକାରେ ପ୍ରଭାବ ପକାଉ ନାହିଁ। ଏକ ଦୁର୍ନୀତିଗ୍ରସ୍ତ ଚୟନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ୨୫,୦୦୦ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ରଦ୍ଦ କରିବା ପାଇଁ ଗତ ସପ୍ତାହରେ ସର୍ବୋଚ୍ଚ ନ୍ୟାୟାଳୟ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବଜାୟ ରଖିଥିଲେ। ୨୦୧୬ ଏସ୍‌ଏସ୍‌ସି ନିଯୁକ୍ତି ଦୁର୍ନୀତିର ସିବିଆଇ ତଦନ୍ତ ପରେ ୨୦୨୨ରେ ମମତା ବାନାର୍ଜୀ ସରକାର ଅତିରିକ୍ତ ପଦବି ସୃଷ୍ଟି କରିଥିଲେ। ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ୬୮୬୧ଟି ସୁପରନ୍ୟୁମେରାରୀ (ଅତିରିକ୍ତ) ପଦବି ସୃଷ୍ଟି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe