ବ୍ରିକ୍ସ ଯୁବ ଶିବିରରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉଦ୍‌ବୋଧନ

ଆଜିଠାରୁ ଏକ ମାସ ଧରି ସ୍ବଚ୍ଛ ଭାରତ-୨୦୨୨ ଅଭିଯାନ

Samachar4media

ନୂଆଦିଲ୍ଲୀ : କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭିଡିଓ କନଫରେନ୍ସିଂ ଜରିଆରେ ୨ ଅଗଷ୍ଟ ୨୦୨୨ରେ ଆରମ୍ଭ ହୋଇଥିବା ଦ୍ୱିତୀୟ ବ୍ରିକ୍ସ ଯୁବ ଶିବିରରେ ଅଂଶଗ୍ରହଣ କରିଥିବା ବ୍ରିକ୍ସ ରାଷ୍ଟ୍ରସମୂହର ଯୁବ ପ୍ରତିଯୋଗୀ ଏବଂ ସରକାରୀ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସାରା ବିଶ୍ୱର ଯୁବକମାନଙ୍କ ମଧ୍ୟରେ ଏକ ିରସ୍ଥାୟୀ ସମ୍ପର୍କ ସ୍ଥାପନ ଉପରେ ପ୍ରାଥମିକତା ଦେଇ ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଲାଇଫ୍‌ଷ୍ଟାଇଲ୍‌ ଫର୍ ଏନ୍‌ଭାଇରନ୍‌ମେଣ୍ଟ (ପରିବେଶ ପାଇଁ ଜୀବନଶୈଳୀ) ବା ଲାଇଫ୍ ଅଭିଯାନ ବିଷୟରେ କେନ୍ଦ୍ରମନ୍ତ୍ରୀ ଠାକୁର ଉଲ୍ଲେଖ କରିବା ସହିତ ଏହି ଅଭିଯାନକୁ ମିଳିତ ଭାବେ ଆଗେଇ ନେବା ନିମନ୍ତେ ଯୁବପିଢ଼ିକୁ ଆହ୍ବାନ କରିଥିଲେ। ଏହାଦ୍ୱାରା ପରିବେଶ ସଚେତନ ଜୀବନଶୈଳୀ ପାଇଁ ଏହି ଅଭିଯାନ ଏକ ଗଣଆନ୍ଦୋଳନର ରୂପ ନେବ। ଦ୍ୱିତୀୟ ବ୍ରିକ୍ସ ଅନ୍ତର୍ଜାତୀୟ ଯୁବ ଶିବିର ଅଧିକ ଫଳପ୍ରଦ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe