Glass vials move along a production line conveyor at the Gerresheimer AG medical glassware factory in Buende, Germany, on Tuesday, Aug. 11, 2020. Gerresheimer has built up capacity and most of its factories are operating around the clock as the company holds talks with pharma companies, working on a coronavirus vaccine. Photographer: Alex Kraus/Bloomberg
ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଟିକା ଯୋଗାଣରେ କୌଣସି ଅଭାବ ରହିବନାହିଁ। ପର୍ଯ୍ୟାପ୍ତ ପରିମାଣରେ ଟିକା ଯୋଗାଇ ଦିଆଯିବ। ଆଜି ‘ସମ୍ବାଦ’କୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ଓଡ଼ିଶାରେ ଟିକାଦାନ ବ୍ୟବସ୍ଥା ସନ୍ତୋଷଜନକ ଥିବାବେଳେ ଯଥେଷ୍ଟ ପରିମାଣ ଟିକା ନଥିବା ସମ୍ପର୍କରେ ‘ସମ୍ବାଦ’ ପକ୍ଷରୁ ଶ୍ରୀ ଭୂଷଣଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାର ଉତ୍ତରରେ ସଚିବ ଶ୍ରୀ ଭୂଷଣ କହିଥିଲେ, ‘ଟିକା ଯୋଗାଣ ଯଥେଷ୍ଟ ନୁହେଁ କହିବା ଠିକ୍ ହେବନି। ମୁଁ ନିୟମିତ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସହିତ ବିଚାରବିମର୍ଶ କରୁଛି। ଯେବେବି ଟିକାଯୋଗାଣ ପାଇଁ ଅନୁରୋଧ କରାଯାଉଛି, ତଦ୍ଅନୁସାରେ ପଠାଇ ଦିଆଯାଉଛି।’ ଓଡ଼ିଶାରେ ଦିନେ ଦୁଇ ଦିନ ଭିତରେ କୋଭିଡ୍ ଟିକା ସରିଯିବ ଓ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବା ନେଇ ପ୍ରଶ୍ନ କରାଯିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଲେ, ‘ଓଡ଼ିଶାକୁ ଟିକା ଯୋଗାଇ ଦିଆଯିବା ସୁନିଶ୍ଚିତ। ଗୋଟିଏ ଦୁଇଦିନ ମଧ୍ୟରେ ଟିକା ମିଳିଯିବ। ’ ତେବେ, କେତେ ପରିମାଣର ଟିକା ପଠାଯିବ ସେନେଇ ସେ କୌଣସି ସୂଚନା ଦେଇନଥିଲେ।
ଉଲ୍ଲେଖଯୋଗ୍ୟ ଦେଶରେ ବର୍ତ୍ତମାନ କୋଭିଡ୍ ମହାମାରୀ ଦ୍ୱିତୀୟ ଲହର ଆରମ୍ଭ ହୋଇଥିବାବେଳେ ଓଡ଼ିଶା ସମେତ ଛତିଶଗଡ଼, ତେଲେଙ୍ଗାନା ଓ ହରିଆଣା ଭଳି ରାଜ୍ୟମାନେ ଟିକା ସଙ୍କଟ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି। ଉଚିତ ସମୟରେ ଟିକା ଉପଲବ୍ଧ ନହେଲେ ଟିକାକରଣରେ ପ୍ରତିବନ୍ଧକ ଆସିବା ନେଇ ଆଶଙ୍କା ବି ପ୍ରକାଶ ପାଇଛି । ହେଲେ ରାଜ୍ୟମାନଙ୍କୁ ଟିକା ଯୋଗାଣରେ କୌଣସି ଅବହେଳା କରାଯିବ ନାହିଁ କିମ୍ବା ଯୋଗାଣକୁ ସଙ୍କୁଚିତ କରାଯିବ ନାହିଁ, ଏହିଭଳି ଭାବେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଶ୍ରୀ ଭୂଷଣ।
Follow Us