ଏଣିକି ଆଧାରକାର୍ଡ ନଥିଲେ ଅନ୍ତିମ ସଂସ୍କାରରେ ବି ବାଧା ଉପୁଜିପାରେ !

Advertisment
ଏଣିକି ଆଧାରକାର୍ଡ ନଥିଲେ ଅନ୍ତିମ ସଂସ୍କାରରେ ବି ବାଧା ଉପୁଜିପାରେ !

ବେଙ୍ଗାଲୁରୁ: ଏଣିକି ଆଧାରକାର୍ଡ ନ ଥିଲେ ହୋଇପାରିବ ନାହିଁ ଅନ୍ତିମ ସଂସ୍କାର। ଯେଉଁବ୍ୟକ୍ତିଙ୍କ ପାଖରେ ଆଧାରକାର୍ଡ ନାହିଁ କିମ୍ବା ଏଯାବତ ସେ ଆଧାରକାର୍ଡ କରି ନାହାନ୍ତି, ଆଉ ଏଭଳି ପରିସ୍ଥିତିରେ ଯଦି ତାଙ୍କର ମୃତ୍ୟୁ ହୋଇଯାଉଛି ତେବେ ଅନ୍ତିମ ସଂସ୍କାରରେ ବହୁତ ବାଧା ଆସିପାରେ। ଏମିତି ଏକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରୁ ସ୍ପଷ୍ଟ ହେଉଛି କି, ଜୀବିତ ଅବସ୍ଥାରେ ହେଉ ଅବା ମୃତ୍ୟୁ ପରେ ଆଧାରକାର୍ଡ କେତେ ଆବଶ୍ୟକ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ବିଜୟନଗରରେ ବସବାସ କରୁଥିବା ୭୫ବର୍ଷୀୟ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ମହିଳାଙ୍କ ପରିବାର ଯେତେବେଳେ ଅନ୍ତିମ ସଂସ୍କାର ପାଇଁ ଆଉଟର ରିଙ୍ଗରୋଡସ୍ଥିତ ସୁମନହଲ୍ଲି ଶ୍ମଶାନ ଘାଟକୁ ଯାଇଥିଲେ ସେଠାରେ ଶ୍ମଶାନ କର୍ମଚାରୀମାନେ  ମୃତ ମହିଳାଙ୍କ ଆଧାରକାର୍ଡ ଦାବି କରିଥିଲେ। କିନ୍ତୁ ମୃତ ମହିଳାଙ୍କ ଆଧାରକାର୍ଡ ହଜିଯିବା ସହିତ ତାଙ୍କ ପରିବାରବର୍ଗଙ୍କ ପାଖରେ ତାହାର କୌଣସି କପି ବି ନଥିଲା। ଏଥିପାଇଁ ସେମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ଶେଷରେ କଳେବଳେ କୌଶଳେ ମୋବାଇଲ୍‌ ନମ୍ବର ଜରିଆରେ ଇ-ଆଧାର ପ୍ରାପ୍ତ କରିଥିଲେ। ଏହାପରେ ଯାଇ ବୃଦ୍ଧାଙ୍କ ଅନ୍ତିମ ସଂସ୍କାର ହୋଇ ପାରିଥିଲା।

बेंगलुरु: अगर आपके पास नहीं है आधार कार्ड तो मरने के बाद भी आपकी आत्मा रह सकती है परेशान .latestly.com

ସୁମନହଲ୍ଲି ଶ୍ମଶାନ କର୍ମଚାରୀଙ୍କ କହିବାନୁସାରେ, ଆଧାରକାର୍ଡ ବ୍ୟକ୍ତିଙ୍କର ସବୁଠାରୁ ବିଶ୍ୱାସନୀୟ ପ୍ରମାଣପତ୍ର ହୋଇଥାଏ। ଅନ୍ତିମ ସଂସ୍କାର ସମୟରେ ଅନ୍‌ଲାଇନ୍‌ ବୁକିଂ କିମ୍ବା ସ୍ଲଟ ବୁକ୍‌ କରିବା ପାଇଁ ଆଧାର ନମ୍ବର ସୁନିଶ୍ଚିତ କରାଯାଇଥାଏ। ସେଥିପାଇଁ ମୃତବ୍ୟକ୍ତିଙ୍କ ଅସଲି ଆଧାରକାର୍ଡ କିମ୍ବା ତାହାର ଫଟୋ କପି ମାଗା ଯାଇଥାଏ। ଯଦି କାହାରି ପାଖରେ ଆଧାର ନଥାଏ, ତେବେ ବାଧ୍ୟ ହୋଇ ଅନ୍ୟ ପରିଚୟ ପତ୍ରକୁ ସ୍ୱୀକାର କରାଯାଇଥାଏ।

Image result for dead New Straits Times

ବିବିଏମ୍‌ପି ଶ୍ମଶାନ ଓ କବରସ୍ଥାନ କର୍ମଚାରୀ ମୃତକଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ଆଧାରକାର୍ଡ ଦାବି କରିବାର କାରଣ ହେଉଛି ଅନ୍ତିମ ସଂସ୍କାର ସମୟରେ ଯେପରି କୌଣସି ବାଧା ନଆସେ । ଏପଟେ ସୁପ୍ରିମକୋର୍ଟ ବି ସ୍ପଷ୍ଟ କରିଛନ୍ତି କି ଯେଉଁମାନେ ସରକାରୀ କଲ୍ୟାଣକାରୀ ଯୋଜନାର ଲାଭ ଉଠାଉଛନ୍ତି, ସେମାନଙ୍କ ପାଖରେ ଆଧାରକାର୍ଡ ରହିବା ଅନିବାର୍ଯ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe