ସ୍ମୃତି ଇରାନୀଙ୍କ ଠାରୁ କ୍ଷମା ଦାବିକଲେ ଅଧୀର

Advertisment
ସ୍ମୃତି ଇରାନୀଙ୍କ ଠାରୁ କ୍ଷମା ଦାବିକଲେ ଅଧୀର

Zee News

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସର ଲୋକସଭା ନେତା ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତ୍ନୀ କହି ଅପମାନିତ କରିଥିବା ଅଭିଯୋଗ ଲୋକଙ୍କ ମନରୁ ଲିଭିନାହିଁ। ଅଧୀର ରାଷ୍ଟ୍ରପତିଙ୍କୁ ଏହି ମାମଲାରେ ଲିଖିତ ଭାବେ କ୍ଷମା ମଧ୍ୟ ମାଗିଛନ୍ତି। କିନ୍ତୁ ଅନ୍ୟପକ୍ଷରେ କଂଗ୍ରେସ ଏବେ ରାଷ୍ଟ୍ରପତିଙ୍କୁ ଅସମ୍ମାନିତ କରିବା ପ୍ରସଙ୍ଗ ଭିନ୍ନ ଢଙ୍ଗରେ ଉଠାଇଛି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଅଧୀର ଏକ ଚିଠି ଲେଖିଛନ୍ତି। ସେହି ସିଠିରେ ସେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଅସମ୍ମାନିତ କରିବା ଅଭିଯୋଗ ଆଣିଛନ୍ତି।

ଗତ ଗୁରୁବାର ଦିନ ଲୋକସଭାରେ ଭାଷଣ ଦେବା ସମୟରେ ସ୍ମୃତି ଇରାନୀ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ମର୍ଯ୍ୟାଦା କ୍ଷୁଣ୍ଣ କରିଛନ୍ତି। ସ୍ମୃତି ଯେଉଁ ଢଙ୍ଗରେ ରା‌ଷ୍ଟ୍ରପତିଙ୍କ ନାଁ ବାରମ୍ବାର ଉଚ୍ଚାରଣ କରୁଥିଲେ ତାହା ଠିକ୍‌ ନଥିଲା। ରାଷ୍ଟ୍ରପତିଙ୍କ ପଦ ଓ ମର୍ଯ୍ୟାଦା ସହିତ ତାହା ଖାପ ଖାଉ ନଥିଲା। ମାନନୀୟ ମାଡାମ ପ୍ରେସିଡେଣ୍ଟଙ୍କ ନାମ ସେ ବଡ଼ ପାଟିରେ କହୁଥିଲେ। ତାଙ୍କ ନାମ ପୂର୍ବରୁ ମାନନୀୟ ରାଷ୍ଟ୍ରପତି କିମ୍ବା ମାଡାମ କିମ୍ବା ଶ୍ରୀମତୀ ଭଳି ଶବ୍ଦ ଯୋଡ଼ୁ ନଥିଲେ ବୋଲି ଅଧୀର ତାଙ୍କ ଚିଠିରେ ଲେଖିଛନ୍ତି। ତାଙ୍କର ଏହି ଅସମ୍ମାନଜନକ ମନ୍ତବ୍ୟ ପାଇଁ ସ୍ମୃତି କ୍ଷମା ମାଗନ୍ତୁ ବୋଲି ଅଧୀର ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe